Breaking
News
Breaking
News
20-Sep-2026
ବେଗୁନିଆପଡା ବ୍ଲକରେ `ଉଲ୍ଲାସ` କାର୍ଯ୍ୟକ୍ରମରେ ପରୀକ୍ଷା ଦେଲେ 9979 ପରୀକ୍ଷାର୍ଥୀ l
ଓଡିଶା ଜନମତ,ବେଗୁନିଆପଡା: 20/09/26 :
ଭଞ୍ଜ କିଶୋର ମହାରଣା l
ଶିକ୍ଷାରୁ ବଞ୍ଚିତ ବୟସ୍କମାନଙ୍କୁ ଆଜୀବନ ଶିକ୍ଷାର ସୁଯୋଗ ଦେବା ଉଧ୍ୟେଶରେ ସମସ୍ତ ଗ୍ରାମରେ ଚାଲିଥିବା ଉଲ୍ଲାସ କାର୍ଯ୍ୟକ୍ରମକୁ ରୂପାୟନ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ସାକାର କରିବା ପାଇଁ ଆଜି ବେଗୁନିଆପଡା ବ୍ଲକରେ 12 ଟି କ୍ଲଷ୍ଟରର 125 ଟି କେନ୍ଦ୍ରରେ 9979 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ 4557 ଜଣ ପୁରୁଷ ପରୀକ୍ଷାର୍ଥୀ ହୋଇଥିବା ବେଳେ 5422 ଜଣ ମହିଳା ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ l ପନ୍ଦର (15) ବର୍ଷର ବା ତା` ଠାରୁ ଉର୍ଦ୍ଧ ବୟସ୍କ ନିରକ୍ଷର ବ୍ୟକ୍ତିଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ଏହି ଉଲ୍ଲାସ କାର୍ଯ୍ୟକ୍ରମର ମୂଳଲକ୍ଷ ବୋଲି ବେଗୁନିଆପଡା ବି ଇ ଓ ରୁଦ୍ର ନାରାୟଣ ସାହୁ ପ୍ରକାଶ କରିଛନ୍ତି l ଶ୍ରୀ ସାହୁଙ୍କ ତତ୍ୱାବଧାନରେ ଏହି ପରୀକ୍ଷା ହୋଇଥିବା ବେଳେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏହାକୁ ପରିଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଆଜି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏବିଇଓ ଜ୍ୟୋତିର୍ମୟୀ ନନ୍ଦ ଓ ରବୀନ୍ଦ୍ର ନାଥ ଶବରଙ୍କ ସମେତ 18 ଜଣ ଅଧିକାରୀ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।
BACK TO TOP