Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବେଗୁନିଆପଡା ରେ ଟ୍ରାଫିକ ସମସ୍ୟା ହେଉଛି ବିପର୍ଯ୍ୟସ୍ତ ||

13-Sep-2026

ଉତ୍କଟ ହେଉଛି ବେଗୁନିଆପଡାରେ ଟ୍ରାଫିକ ସମସ୍ୟା l

ଓଡିଶା ଜନମତ, ବେଗୁନିଆପଡା :13/09/26 :

ଭଞ୍ଜ କିଶୋର ମହାରଣା l

ବେଗୁନିଆପଡା ବ୍ଲକର ଜନସାଧାରଣ ସାଧାରଣତଃ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ବିବାହ, ବ୍ରତ, ଭୋଜି, ପୂଜା, ପର୍ବପର୍ବାଣି ଏବଂ ଘରକରଣା ଆଦି ପାଈଁ କୋଦଳା ଓ ବେଗୁନିଆପଡା ଭଳି ଦୁଇଟି ଛୋଟିଆ ସହର ଉପରେ ନିର୍ଭର କରୁଥିବାବେଳେ ବେଗୁନିଆପଡା ବଜାରରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି l ଦିନକୁଦିନ ବସ, ଟ୍ରକ, ଟ୍ରାକ୍ଟର, ଅଟୋ ଏବଂ ମୋଟରସାଇକେଲର ଅହେତୁକ ବୃଦ୍ଧି ଫଳରେ ଏହି ଛୋଟିଆ ସହର ଏକ ପ୍ରକାର ଅଣନିଶ୍ୱାସୀ ହୋଇପଡୁଛି l ଏହି ରାସ୍ତାଦେଇ ଆସିକାରୁ ଭୁବନେଶ୍ୱର ଏବଂ ସୁମଣ୍ଡଳରୁ ବ୍ରହ୍ମପୁର ଅନ୍ୟୁନ 150 ରୁ ଉର୍ଦ୍ଦ୍ୱ ଯାତ୍ରୀବାହୀ ବସ, ମାଲ ବୋଝଇ ଟ୍ରକ ଆଦି ଯାନବାହାନ ଚଳପ୍ରଚଳ କରୁଥିବା ଦେଖାଯାଉଛି l ଖଲିକୋଟ ଥାନା ଅନ୍ତର୍ଗତ କେଶପୁର-ଭେଜିପୁଟ ମଧ୍ୟରେ ଏକ ଟୋଲଗେଟ ଥିବାରୁ ଟିକସ ଫାଙ୍କିବା ପାଇଁ ଅନେକ ଗୁଡ଼ାଏ ମାଲବାହି ଟ୍ରକ, ହାଇୱା ଆଦି ମୁଖ୍ୟରାସ୍ତାରେ ନଯାଇ ଏହି ରାସ୍ତାକୁ ଦୈନନ୍ଦିନ ଅନୁସରଣ କରୁଛନ୍ତି l ଏହାଛଡା ଏହି ସହରରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ, ରାଜସ୍ବ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟୁତ ବିଭାଗ, ଥାନା, ସ୍କୁଲ, କଲେଜ ଏବଂ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟ ଆଦି କାର୍ଯ୍ୟକ୍ଷମ ଥିବାରୁ ଜନଗହଳି ହେବା ସ୍ୱାଭାବିକ l ଏହି ଅନୁପାତରେ ସହରର ଆୟତନ ବହୁତ କମ l ବେଳେବେଳେ ଅବସ୍ଥା ଏମିତ ହୁଏଯେ ଜଣେ ସାଧାରଣ ବାଇକ ଆରୋହୀ ବଜାର ଅତିକ୍ରମ କରିବା ପାଈଁ ଅଧଘଣ୍ଟାରୁ ଅଧିକ ସମୟ ଲାଗିଯାଏ l ଏପରି ଅବସ୍ଥାରେ ଯଦି ଜଣେ ଗୁରୁତର ରୋଗୀ ମେଡିକାଲ ସହାୟତାରେ ଗଲେ ଅବସ୍ଥା ସାଙ୍ଘାତିକ ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଏହାଛଡା ଏଠି ପାରିବ ମାର୍କେଟ ପାଈଁ ସ୍ୱତନ୍ତ୍ର ସ୍ଥାନ ନଥିବାରୁ ବିକ୍ରେତାଙ୍କ ନିର୍ଦିଷ୍ଟ ସ୍ଥାନ ରହୁନାହଁ l ବହୁ ବିଳମ୍ବରେ ଏକ ମାଛ ମାର୍କେଟ ହୋଇଥିଲେ ମଧ୍ୟ ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବାରୁ ଯିବାଆସିବାରେ ଗହଳି ଜାରିରହୁଛି l ବଜାରରେ କୌଣସି ଅଟୋଷ୍ଟାଣ୍ଡ ନଥିବାରୁ 60 ରୁ ଉର୍ଦ୍ଧ ଅଟୋ ଦୁଇପାର୍ଶ୍ୱରେ ଠିଆହୋଇ ଟ୍ରାଫିକ ସମସ୍ୟାକୁ ଦ୍ବିଗୁଣିତ କରୁଛି l ବେଗୁନିଆପଡା ବଜାର ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଜନସଂଖ୍ୟା ବୃଦ୍ଧି ପାଇଥିବାବେଳେ ବଜାର ସଂକୀର୍ଣ୍ଣ ହେବାରେଲାଗିଛି l ଆବଶ୍ୟକତା ଅନୁସାରେ ନିକଟରେ ବେଗୁନିଆପଡା ପୋଲିସ ଫାଣ୍ଡିଟି ଥାନାରେ ପରିବର୍ତ୍ତିତ ହୋଇଛି l କିନ୍ତୁ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିର୍ଦ୍ଧିଷ୍ଟ ସ୍ଥାନରେ ଏକ ସ୍ୱତନ୍ତ୍ର ବସଷ୍ଟାଣ୍ଡ ଟିଏ ହୋଇପାରୁନି l ଯାହା ଫଳରେ ଯାତ୍ରୀମାନେ ବଜାରରେ ଏଣେତେଣେ ବୁଲି ବସକୁ ଆପେକ୍ଷ କରନ୍ତି l ନିକଟ ଭବିଷ୍ୟତରେ ବେଗୁନିଆପଡା ପଞ୍ଚାୟତ ବିଜ୍ଞାପିତ ଅଞ୍ଚଳ ପରିଷଦ ରୂପେ ମାନ୍ୟତା ପାଇବାର ଯଥେଷ୍ଟ ସମ୍ଭାବନା ଅଛି l ତେଣୁ ଏନେକାଂଶରେ ଏହାର ଗୁରୁତ୍ୱ ବଢିବା ସ୍ୱାଭାବିକ l ଯଦି ବେଳଥାଉ ଏସବୁ ସମସ୍ୟାର ସମାଧାନ ନହୁଏ ଆଗକୁ ଯେ ଉତ୍କଟ ରୂପ ଧାରଣ ନକରିବ ଏକଥା କିଏ କହିବ? ଏସବୁ ନେଇ ବେଗୁନିଆପଡା ତଥା ଆଖପାଖ ଅଂଚଳବାସି ଅତିଷ୍ଟ ହୋଇପଡିଲେଣି l ପରିସ୍ଥିତି ନିୟନ୍ତ୍ରଣାଧୀନ ନହେଲେ ସମସ୍ୟା  ସାଙ୍ଘାତିକ ଅବସ୍ଥାକୁ ଗତି କରିବ l ତେଣୁ ସହର ସମ୍ପ୍ରସାରଣ, ଅଟୋଷ୍ଟାଣ୍ଡ, ସ୍ୱତନ୍ତ୍ର ବଜାର ବିଶେଷକରି ଏକ ବସଷ୍ଟାଣ୍ଡର ନିହାତି ଆବଶ୍ୟକତା ରହିଛି l ପ୍ରଶାସନ ଏବଂ ରାଜନୈତିକ ବ୍ୟକ୍ତିବିଶେଷ ଏଦିଗରେ ପ୍ରୟାସ କରି କୌଣସି କାରଣରୁ ଅସଫଳ ହୋଇଥିବା ଜଣାପଡିଛି l ହେଲେ ଏଥିପାଇଁ ଦାୟୀ କିଏ ? ବଜାରକୁ ସଂକୀର୍ଣ୍ଣମୁକ୍ତ କରିବାପାଇଁ ବାଧକ ସାଜୁଛି କିଏ ବୋଲି ଅଞ୍ଚଳବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି l ଏହିକାର୍ଯ୍ୟ କେବେ ସଫଳ ହେବ ଏହାକୁ ନେଇ ସାଧାରଣ ଜନତା ସନ୍ଦିହାନ ହୋଇପଡିଛନ୍ତି l

News Comment

You Might Also Like

BACK TO TOP