Breaking
News
Breaking
News
30-Aug-2026
ଆସନ୍ତା ଗଣେଶ ପୂଜା ରେ ଗଞ୍ଜାମ ର ପ୍ରସିଦ୍ଧ ଦଣ୍ଡନାଚ ଆଧାରିତ ଚଳଚିତ୍ର "ଦଣ୍ଡକାଳୀ " ର ଶୁଭମୁକ୍ତି |
ଓଡିଶା ଜନ ମତ,ଖଲ୍ଲିକୋଟ : 30/8,
ମାଧବ ବେହେରା :------
ଗଞ୍ଜାମ ଜିଲ୍ଲା ର ପାରମ୍ପରିକ ଦଣ୍ଡନାଚ ଓଡିଶା ରେ ବିଖ୍ୟାତ ଲାଭ କରିବାକୁ ଯାଉଛି |ଓଡିଶା ର ବହୁ ଲବ୍ଧ ପ୍ରତିଷ୍ଠିତ ନାମୀ ଦାମୀ ଅଭିନେତ୍ରୀ ଓ ଅଭିନେତା ମାନଙ୍କ ଗୁଣାତ୍ମକ କଳା ପଦର୍ଶନ ମାଧ୍ୟମ ରେ ଆଗାମୀ ଗଣେଶ ପୂଜା ରେ ମୁକ୍ତିଲାଭ କରିବ ଚଳଚିତ୍ର "ଦଣ୍ଡକାଳୀ " |ଓଡିଶା ତଥା ଗଞ୍ଜାମ ଜିଲ୍ଲା ର ସର୍ବପୁରାତନ ପାରମ୍ପରିକ ଦଣ୍ଡ ନାଚ ଅନନ୍ୟ ପୌରାଣିକ ଓ ଗ୍ରାମୀଣ କୃଷି ଭିତିକ ନୃତ୍ୟ ଶୈଳୀ ଗୁଡିକ ଏହି ଚଳଚିତ୍ର ମାଧ୍ୟମ ରେ ରୁଦ୍ଧିମନ୍ତ ହୋଇଛି |ପୁର ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ସବୁଠି ମା ରୁଦ୍ର କାଲି ଓ ଦଣ୍ଡକାଳୀଙ୍କ ମହିମା ମଣ୍ଡିତ ଉପାସନା ପବିତ୍ର ଚୈତ୍ର ମାସ ରେ ଏହି ମହାନ ଦଣ୍ଡ ପର୍ବ କୁ ଅନୁଶୀଳନ କରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ର ଜଣେ ଅଗ୍ରଣୀ ମହିଳା ତଥା କଞ୍ଚଣା ସରପଞ୍ଚ ରାଜଶ୍ରୀ ଘୋଷ ଙ୍କ ପ୍ରଯୋଜନା ରେ ମୁକ୍ତିଲାଭ କରିବାକୁ ଯାଉଥିବା ଭିନ୍ନ ଏକ ଚଳ ଚିତ୍ର କୁ ନିଁର୍ଧେଶନା ଦେଇଛନ୍ତି ସୁଧାଂଶୁ ମହାନ ସାହୁ ଓ ମୁଖ୍ୟ ସହକାରୀ ନିର୍ଧେଶକ ତ୍ରିଲୋଚନ ସ୍ୱାଇଁ ଓ ପରିଚାଳନା ପ୍ରଯୋଜକ ଶ୍ରୀକାନ୍ତ କୁମାର ସାହୁ ଓ ସମ୍ପାଦକ ଜ୍ୟୋତିର୍ମୟୀ ସ୍ୱାଇଁ ଙ୍କ ସମ୍ପାଦନା ଓଡିଶା ର ଚଳଚିତ୍ର ଜଗତ ର ଖ୍ୟାତନାମା ଚିତ୍ରତାରକା ସିଦ୍ଧାନ୍ତ ମହାପାତ୍ର, ମହେଶ୍ଵେତା ରାୟ, ଖଲ୍ଲିକୋଟ ବ୍ଲକ କଞ୍ଚଣା ପଂଚାୟତ ସମିତି ସଭ୍ୟ ତଥା ଯୁବ କଳାକାର ଚିତ୍ରସେନ ଘୋଷ, ସୂର୍ଯ୍ୟମୟୀ ମହାପାତ୍ର ତୃପ୍ତି ମୀରାମ୍ବିକା ଓ ଉଷାଶୀ ମିଶ୍ର.କ୍ରିଷ୍ଣା କର ଏଲି ପାଢ଼ୀ ଉଦିତ ଗୁରୁ ଚୌଧୁରୀ ଜୟପ୍ରକାଶ ଦାଶ, ଗୁରୁଦେବ ମରାଠୀ, ନିହାର ସାମଲ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ଙ୍କ ଦ୍ୱାରା ଚଳଚିତ୍ର ଦଣ୍ଡକାଳୀ ଖୁବ ଜନାଦୃତ ଲାଭ କରିବ ବୋଲି ଆଶା କରା ଯାଉଛି |ଚଳଚିତ୍ର ରେ ପାରମ୍ପରିକ ଦଣ୍ଡ ନାଚ ର ଧୂଳି ଦଣ୍ଡ ଅଗ୍ନି ଦଣ୍ଡ ପାଣି ଦଣ୍ଡ ଓ ଶବର ସବାରୁଣୀ କେଳାକେଳୁଣୀ ଓ ଚଢ଼େୟା ଚଢ଼େୟାଣୀ ପଭୃତି ଚରିତ୍ର ଗୁଡିକ ଅବତାରଣା କରାଯାଇଛି |
BACK TO TOP