Breaking
News
Breaking
News
25-Jul-2026
ସରସ୍ଵତୀ ଶିଶୁ ମନ୍ଦିର ଓ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ମିଳିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !
ଓଡିଶା ଜନ ମତ, ଛତ୍ରପୁର, ତା.୨୫ / ୭
କେ.ସତ୍ୟନାରାୟଣ ରେଡ୍ଡୀ:-----
ଖଲ୍ଲିକୋଟ ସରସ୍ବତୀ ଶିଶୁ ମନ୍ଦିର ଏବଂ ଡକ୍ଟର ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ର ସମ୍ମିଳିତ ପ୍ରୟାସରେ ସ୍ଥାନୀୟ ଶିଶୁ ମନ୍ଦିର ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ .ଶ୍ରୀଯୁକ୍ତ ଅମିୟ ରଞ୍ଜନ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲା ବେଳେ ବିଦ୍ୟାଳୟର ସଭାପତି ତଥା ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ମହାପାତ୍ର, ସଂପାଦକ ଅକ୍ଷୟ କୁମାର ସାହୁ, ଅବଦୁଲ କଲାମ୍ ଜନକଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଟ୍ରଷ୍ଟର ସଦସ୍ୟା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ, କୋଷାଧ୍ୟକ୍ଷ ମହାଦେବ ମଲ୍ଲିକ, ପ୍ରଧାନଗୁରୁଜୀ ରବୀନ୍ଦ୍ର କୁମାର ଦାସ ସଭା ସଂଯୋଜନା କରିଥିଲେ । ଗୁରୁଜୀ ପବିତ୍ର କୁମାର ତରେଇ, ରୀତା ଗୁରୁମା,ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ମିଶ୍ର, ଉପସଭାପତି ପ୍ରଫୁଲ୍ଲ କୁମାର ପାତ୍ର, ବନ ବିଭାଗ ଫରେଷ୍ଟର ସନ୍ତୋଷ କୁମାର ବେହେରାଙ୍କ ସମେତ ବହୁ କର୍ମଚାରୀ, କୁନି ବୃକ୍ଷପ୍ରେମୀ ଏସ. ମୀନାକ୍ଷୀଙ୍କୁ ମୁଖ୍ୟଅତିଥିଙ୍କ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁମା, ମାଉସୀ ମାନେ ପ୍ରମୁଖ ବହୁ କର୍ମୀ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ପବିତ୍ର ଭାଇ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟଅତିଥିଙ୍କ ସହିତ ସମସ୍ତ ଅତିଥି ଏବଂ ଅନେକ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟ ସମାହିତ ହୋଇଯାଇଛି ।।
BACK TO TOP