Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ପିଇବା ପାଣିନଷ୍ଟ ଓ ଶିଉଳି ଦ୍ଵାରା ଜୀବନ ବିପନ୍ନ ହେଉଛି ବିଭାଗୀୟ ଅବହେଳା ଯୋଗୁଁ |

10-Jul-2026

ବିଭାଗୀୟ ଚରମ ଅବହେଳାରୁ ପିଇବା ପାଣି ନଷ୍ଟ ଏବଂ ପାଣି ଶିଉଳି ଦ୍ଵାରା ଜୀବନ ବିପନ୍ନ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା ୧୦/୭/୨୦୨୬ :- ---

ପୋଲସରା ମ୍ୟୁନିସିପାଲିଟିର ୭ ନମ୍ବର ୱାର୍ଡ ସ୍ଥିତ ଫରେଷ୍ଟ କଲୋନୀ ମୁଖ୍ୟରାସ୍ତା ବର୍ତ୍ତମାନ ସମୟରେ ଜନସ୍ଵାସ୍ଥ୍ୟ ବିଭାଗ ଓ ମ୍ୟୁନିସିପାଲିଟି ଉଭୟଙ୍କର ଦାୟିତ୍ଵହୀନତା  ଓ  ଚରମ ଅବହେଳାରୁ ପିଇବା ପାଣି ନଷ୍ଟ ହେବାସହ ଉକ୍ତ ବହିଯାଉଥିବା ପାଣି ଶିଉଳି ଦ୍ଵାରା ଯାତାୟାତ କରୁଥିବା ସାଧାରଣ ଜନତାଙ୍କ  ମୂଲ୍ୟବାନ ଜୀବନ ବିପନ୍ନ ହୋଇପଡିଥିବା ଜଣାପଡିଛି । ମିଳିଥିବା ଅଭିଯୋଗ ପ୍ରକାରେ ଏହି କଲୋନୀରେ ପୋଲସରା ବନାଞ୍ଚଳର  ମୁଖ୍ୟ କାର୍ଯ୍ୟାଳୟ ଅଛି । ପୁଣି  ଏହି କାର୍ଯ୍ୟାଳୟ ସମ୍ମୁଖ ଦେଇ ସ୍ଥାନୀୟ ଧନେଇ ନଦୀରୁ ଜନସ୍ଵାସ୍ଥ୍ୟ ବିଭାଗଦ୍ଵାରା ପୋଲସରା ସହରକୁ ପାନୀୟ ଜଳ ଯୋଗାଣ ସକାଶେ ପାଇପ୍ ବିଛାଯାଇଛି ।ତେବେ ବିଡମ୍ବନାର ବିଷୟ ୨ ମାସ ହେବ ପାଣି  ପାଇପଟି ଫାଟି ଯାଇ  ସେଥିରୁ ଅନବରତ ପାଣି ବାହାରି ବୋହି ଯାଉଛି । ଯାହାଫଳରେ ସିମେଣ୍ଟ ରାସ୍ତାଟି ସବୁବେଳେ ଜଳମଗ୍ନ ରହି ଶିଉଳି ଜମିରହିବା ଦ୍ଵାରା ଯିବା ଆସିବା  କରୁଥିବା ପଥଚାରୀ, ସ୍କୁଲକୁ ଯାଉଥିବା ଛାତ୍ର ଛାତ୍ରୀମାନେ ସମୟେ ସମୟେ ଶିଉଳି ପ୍ରଭାବରେ  ତଳେ ଖସିପଡି ଆହତ ହେଉଥିବାର ଗୁରୁତର ଅଭିଯୋଗ କରିଛନ୍ତି । ବିଶେଷକରି କୁନି କୁନି ପିଲାମାନେ ଏବଂ ବୟସ୍କ ବ୍ୟକ୍ତିମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା  ଯୋଗ୍ୟ  ଯେ ପୋଲସରା ସହର ମୁଖ୍ୟ ସଡକ ଠାରୁ ଏହି ଗୋଟିଏ ମାତ୍ର ମୁଖ୍ୟରାସ୍ତାଟି  ୫ନଂ ୱାର୍ଡ ବାଲିଘାଇ ଓ ୪ ନଂ ୱାର୍ଡ଼ ସିଦ୍ଧିପୁର ଉଭୟ ଗ୍ରାମକୁ ସଂଯୋଗ କରୁଥିବା ବେଳେ ପ୍ରତିଦିନ ଏହି ରାସ୍ତାରେ ଶତାଧିକ ସଂଖ୍ୟାରେ ଗାଡି ମଟର ଯିବା ଆସିବା କରୁଥିବା ଯୋଗୁଁ ସବୁଠାରୁ ଅଧିକ ଦୁଇଚକିଆ ଚାଳକମାନେ ଅସାବଧାନତା  କାରଣରୁ ଗାଡିର ଚକା ସ୍ଲିପ୍ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି କି  ଗୋଟିଏ ପଟେ ଜନସ୍ଵାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା ଏବଂ ଅଣଦେଖା ପାଇଁ ଫଟା ପାଇପରୁ ପିଇବା ପାଣି ସୁଅ ରାସ୍ତାରେ  ବହି ଯାଉଥିବା ବେଳେ ଅନ୍ୟପଟେ ସ୍ଥାନୀୟ ମ୍ୟୁନିସିପାଲିଟି ପକ୍ଷରୁ ନୀୟମ ପ୍ରକାରେ ସଡକର ଉଭୟ ପଟେ ନାଳର କୌଣସି ସୁବିଧା  କରାଯାଇନାହିଁ । ଯଦ୍ଵାରା ଉଭୟ ପ୍ରଶାସନିକ ବିଭାଗର ଚରମ ଅବହେଳା ଯୋଗୁଁ ସାଧାରଣ ନିରୀହ, ସାଧାରଣ ଜନତା ଦୁର୍ଦ୍ଦଶା ଭୋଗିବାକୁ ବାଧ୍ୟ ହେଉଛନ୍ତି ।ଏହି ଗୁରୁତର କୃତ୍ରିମ ସମସ୍ୟାକୁ ନେଇ ପ୍ରଶ୍ନ ପଚରାଯିବାରୁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ଠାରୁ ଏହି ରାସ୍ତାର ମରାମତି ଓ ଡ୍ରେନ ନିର୍ମାଣ କାର୍ଯ୍ୟପାଇଁ ବର୍ତ୍ତମାନ ଏଷ୍ଟିମେଟ୍‌ ଚାଲିଛି ଟେଣ୍ଡର ପ୍ରକ୍ରିୟା ପରେ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଥିବା ବେଳେ ଜନସ୍ଵାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଦାମ ମିଶ୍ର ଖୁବ୍ ଶୀଘ୍ର ପାଇପର ମରାମତି କରାଯାଇ ସ୍ଥାୟୀ ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାରେ ପୂର୍ବରୁ ମଧ୍ୟ ଏହି ଫଟା ପାଇପ ପାଣି ସମସ୍ୟାକୁ ମରାମତି କରାଯାଇଥିଲେ ସୁଦ୍ଧା କିଛିଦିନ ପରେ ପୁନର୍ବାର ସେହି ସମସ୍ୟା ଦେଉଥିବାକୁ ନେଇ କଲୋନୀ ବାସିନ୍ଦାମାନେ ଅତି‌ କ୍ଷୋଭର ସହିତ କହିବା ସହିତ ଏହାର ସ୍ଥାୟୀ ସମାଧାନ ସ୍ୱରୂପ ସଠିକ୍ ଭାବେ ମରାମତି କରିବାକୁ ଉଭୟ ପ୍ରଶାସନିକ ଵିଭାଗ ନିକଟରେ ଦାବୀ କରିଛନ୍ତି।

News Comment

You Might Also Like

BACK TO TOP