Breaking
News
Breaking
News
03-Jul-2026
ଏସଆରକେଏନୟୁବି କେନ୍ଦୁବାଡିରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ ।
ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା
ତା. ୩/୭/୨୦୨୬: - ----
ପୋଲସରା ବ୍ଲକ କେନ୍ଦୁବାଡି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ବରିଷ୍ଠ ହିନ୍ଦି ଶିକ୍ଷକ ତଥା ଇକୋ କ୍ଲବର ମୁଖ୍ୟ ହେମନ୍ତ କୁମାର ନାୟକଙ୍କ ବଳିଷ୍ଠ ନେତୃତ୍ୱରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଉକ୍ତ ସୁରକ୍ଷା ବିଷୟକୁ ସଚେତନ କରିବା ମହତ ଉଦ୍ଦେଶ୍ୟ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରା ବାହାର କରି ସମଗ୍ର କେନ୍ଦୁବାଡି ଗ୍ରାମ ପରିକ୍ରମା କରିବା ସହ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ପରେ ବିଦ୍ୟାଳୟ ପରିସରରେ ଏକ ସଚେତନ ପାଠ କରାଯିବା ସହ ପୂର୍ବରୁ ଉକ୍ତ ବିଷୟ ଉପରେ ନେଇ କରାଯାଇଥିବା ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।
ଶେଷରେ ପ୍ରଧାନ ଶିକ୍ଷକ ମହୋଦୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।
BACK TO TOP