Breaking
News
Breaking
News
03-Jul-2026
ହାତୀଓଟ ନୋଡାଲ ହାଇସ୍କୁଲ ପକ୍ଷରୁ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ।
ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା
ତା.୦୩/୭/୨୦୨୬:- ---
ପୋଲସରା ବ୍ଲକ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଉମାଶଙ୍କର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରକରି ସମଗ୍ର ହାତୀଓଟ ଗ୍ରାମ ପରିଭ୍ରମଣ କରିବା ସହିତ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ମୂରଲୀଧର ନନ୍ଦ ଯୋଗଦେଇ ଉତ୍ସାହିତ କରିଥିଲେ । ପୋଲସରା ବନାଞ୍ଚଳର ଜୋକବନ୍ଧ ବନପାଳ ସୁବୋଧ କୁମାର ବେହେରା, ପୋଲସରା ବନପାଳ ମୁନା ଦାସ, ବନ ସୁରକ୍ଷା କର୍ମଚାରୀ, ଏସ୍.ଏମ୍.ସି ସଦସ୍ୟ/ସଦସ୍ୟା, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଓ କର୍ମଚାରୀଙ୍କ ସମେତ ଉପସ୍ଥିତ ଛାତ୍ରଛାତ୍ରୀମାନେ ବିଭିନ୍ନ କିସମର ଚାରା ରୋପଣ ଏବଂ ଗ୍ରାମବାସୀଙ୍କୁ ଚାରା ବଣ୍ଟନ କରିଥିଲେ ।
BACK TO TOP