Breaking
News
Breaking
News
18-Jun-2026
ଖଲ୍ଲିକୋଟ ରେ ଧୁମ ଧାମ ରେ ପାଳିତ ହେଲା ରଜ ରାଣୀ ମହୋତ୍ସଚ,
ଜନମତ ଓଡିଶା ମଧବ ବେହେରା, ଖଲ୍ଲିକୋଟ :---
ଖଲ୍ଲିକୋଟ : 18/6 ଖଲ୍ଲିକୋଟ ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସିନ୍ଧୁ - ଉର୍ମି ସାହିତ୍ୟ ସଂସଦ ର ପଞ୍ଚମ ରଜରାଣୀ ମହୋତ୍ସଚ ମହାସମାରୋହ ରେ ପାଳିତ ହୋଇ ଯାଇଛି | ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ, ସାହିତ୍ୟ ସଂସଦ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କ ପୌରାହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଉଦଘୋଷାକ ଡ଼ଃ ହୃଷିକେଶ ପାଣିଗ୍ରାହୀ ଓ ମନୋବିଜ୍ଞାନୀ ଡ଼ଃ ସୂଦୀପ୍ତା ପାଣିଗ୍ରାହୀ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ସବୁ ବର୍ଗର ବୁଦ୍ଧିଜୀବୀ ମାନେ ଉଦ୍ୟମ କରିବା ଉଭିତ ବୋଲି ପ୍ରକାଶ କରିଥିଲେ |, ଉକ୍ତ ଭବ୍ୟ ରଜ ମହୋତ୍ସବ ରେ ଉଭୟ ପାଣିଗ୍ରାହୀ ଦମ୍ପତି ଙ୍କୁ ସିନ୍ଧୁ ଉର୍ମି ରଜ ଯୁଗଳ ବନ୍ଦୀ ସମ୍ମାନ ଓ ଓଡିଶା ର ପ୍ରଥମ ନାରୀ ଚିତ୍ରଶିଳ୍ପୀ ଓ ବର୍ଷିଆନ କବୟିତ୍ରୀ ବସନ୍ତ କୁମାରୀ ସାମନ୍ତ କୁ ରଜ ରାଣୀ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା |ବିଶିଷ୍ଟ ଶିକ୍ଷାବିତ ତଥା ନୃତ୍ୟ ସାହିତ୍ୟ ଓ ସଂଗୀତ ର ଏକ ବହୁମୁଖୀ ପ୍ରତିଭା ଙ୍କୁ ଏ ଅବସର ରେ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ଯୁବ ଚିତ୍ରଶିଳ୍ପୀ ସୁଶ୍ରୀ ସରିତା ରାଉତ ଙ୍କୁ ଚଳିତ ବର୍ଷ ର ଯୁବ ପ୍ରତିଭା ସମ୍ମାବ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା |ଶିଶୁ ସାହିତ୍ୟିକ ଡ଼ଃ ଅନ୍ତର୍ଯ୍ୟାମୀ ପ୍ରଧାନ ସମାଜସେବୀ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡିଶା ର ସାଂସ୍କୃତିକ ପରମ୍ପରା ସମ୍ପର୍କ ରେ ଆଲୋକ ପାତ କରିଥିଲେ |ସାହିତ୍ୟିକ ଡ଼ଃ ଦ୍ୱାରିକାନାଥ ମହାରଣା ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ରଖିଥିଲେ ,| ଅଧ୍ୟାପିକା ଜ୍ୟୋସ୍ଛାରାଣୀ ପ୍ରଧାନ ଙ୍କ ସଂଯୋଜନା ରେ ଉପଲକ୍ଷେ ଆୟୋଜିତ ମନୋଜ୍ଞ କବିତା ପାଠ କାର୍ଯ୍ୟ କ୍ରମ ରେ କବୟିତ୍ରୀ ସରୋଜବାଳା ପଟନାୟକ, ବର୍ଷିଆନ କବି ପ୍ରହଲ୍ଲାଦ ବେହେରା, ବିଦ୍ୟୁତ ପ୍ରଭା ଦାଶ ପ୍ରଭାତୀ କୁମାରୀ ଦାସ, ମିତାଞ୍ଜଳି ମିଶ୍ର ଶୀଳ୍ପୀ ସମ୍ରାଟ ପଞ୍ଚାନନ ସୁର ପ୍ରମୁଖ ପଞ୍ଚାନନ ଖଟୁଆ ସେସଦେବ ମହାରଣା କବି ଓ କବୟିତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ |, ଅଧ୍ୟାପକ ଡ଼ଃ ଅଶୋକ କୁମାର ପାଳ ମଞ୍ଚ ପରିଚାଳନା କରିଥିବା ବେଳେ ସଂସଦ ର ସମ୍ପାଦକ ମାଧବ ବେହେରା ବିବରଣୀ ପାଠ କରିଥିବା ବେଳେ ସଂସଦ ର ଉପ ସଭାପତି ସରୋଜବାଲା ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ |, ଉକ୍ତ ପାରମ୍ପରିକ ଓ ସାରସ୍ୱତ କାର୍ଯ୍ୟକ୍ରମ ରେ ପାରମ୍ପରିକ ଖାଦ୍ୟ ବଣ୍ଟନ ହୋଇଥିଲା |, ସମାବେଶ ରେ ବହୁ କବି ସାହିତ୍ୟିଜ ଶିକ୍ଷବିତ ବରିଷ୍ଟ ନାଗରିକ ଓ ବୁଦ୍ଧିଜୀବୀ ଓ ମହିଳା ଓ କିଶୋରୀ ବାଳିକା ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |( ଫୋଟୋ )
BACK TO TOP