Breaking News

ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||     

ନିୟମ ଗିରି ଡୋଙ୍ଗରିଆ କନ୍ଧ ସମୁଦାୟଙ୍କ ନିକଟରେ ପହଞ୍ଚିଲା ଗଣ ତନ୍ତ୍ର ର ବାର୍ତ୍ତା |

02-Jun-2026

ନିୟମଗିରିର ଦୁର୍ଗମ ଫାକେରୀ ଗ୍ରାମରେ SIR-୨୦୨୬ ସଚେତନତା ଅଭିଯାନ
ଡୋଙ୍ଗରିଆ କନ୍ଧ ସମୁଦାୟଙ୍କ ନିକଟରେ ପହଞ୍ଚିଲା ଗଣତନ୍ତ୍ରର ବାର୍ତ୍ତା,

ଓଡିଶା ଜନମତ ରାୟଗଡା , ୦୨/୦୬ 

କାମେଶ୍ୱର କରକରିଆ :-----
ପାହାଡ଼, ଜଙ୍ଗଲ ଓ ଭାଷାଗତ ପ୍ରତିବନ୍ଧକତାକୁ ଅତିକ୍ରମ କରି ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR-୨୦୨୬) କାର୍ଯ୍ୟକ୍ରମକୁ ନିୟମଗିରି ପାହାଡ଼ ପାଦଦେଶର ଦୁର୍ଗମ ଫାକେରୀ ଗ୍ରାମରେ ବସବାସ କରୁଥିବା ଡୋଙ୍ଗରିଆ କନ୍ଧ ପିଭିଟିଜି (PVTG) ସମୁଦାୟଙ୍କ ନିକଟରେ ସଫଳତାର ସହ ପହଞ୍ଚାଯାଇଛି।
ରାୟଗଡ଼ ଜିଲ୍ଲାର ୧୩୯-ବିଷମକଟକ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଏହି ଗ୍ରାମରେ ମତଦାତା ସଚେତନତା ସୃଷ୍ଟି ସହ ଏନ୍ୟୁମେରେସନ୍ ଫର୍ମ ବଣ୍ଟନ ଓ ପୂରଣ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚାଲାଯାଇଥିଲା।ରାୟଗଡ଼ର ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ବ୍ଲକର ବିଡିଓ ମନୀଷା ଦାଶ, ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ସାହୁ ଓ ପିଇଓ ଶ୍ୱେତାମ୍ବର ପ୍ରଧାନ ଫାକେରୀ ଗ୍ରାମ ପରିଦର୍ଶନ କରିଥିଲେ। ଏହି ଅବସରରେ ଗ୍ରାମର ସରପଞ୍ଚ ଡୋଙ୍ଗରିଆ କନ୍ଧ ଭାଷାରେ ଗ୍ରାମବାସୀଙ୍କ ସହ ଆଲୋଚନା କରି SIR-୨୦୨୬ର ଉଦ୍ଦେଶ୍ୟ, ଗୁରୁତ୍ୱ ଓ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରିଥିଲେ। ସେହିପରି ଏନ୍ୟୁମେରେସନ୍ ଫର୍ମ ବଣ୍ଟନ ଓ ପୂରଣ କାର୍ଯ୍ୟକୁ ମଧ୍ୟ ସହଜ ଏବଂ ସୁଗମ କରାଯାଇଥିଲା।ଦୁର୍ଗମ ଆଦିବାସୀ ଅଞ୍ଚଳର ଲୋକଙ୍କ ନିକଟରେ ସେମାନଙ୍କ ନିଜସ୍ୱ ଭାଷାରେ ସଚେତନତା ପହଞ୍ଚାଇବା ଫଳରେ SIR-୨୦୨୬ ପ୍ରତି ସେମାନଙ୍କ ଆଗ୍ରହ ଓ ସହଭାଗିତା ବୃଦ୍ଧି ପାଇଥିବା ଦେଖାଯାଇଛି। ପ୍ରଶାସନର ଏହି ପଦକ୍ଷେପ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରାନ୍ତିକ ଓ ଆଦିବାସୀ ସମୁଦାୟଙ୍କ ସାମିଲ ହେବାକୁ ଆହୁରି ସୁଦୃଢ଼ କରିଛି।"ପ୍ରତ୍ୟେକ ମତଦାତା ଗୁରୁତ୍ୱପୂର୍ଣ୍ଣ ଓ ପ୍ରତ୍ୟେକ କଣ୍ଠସ୍ୱର ମୂଲ୍ୟବାନ"—ଏହି ବିଶ୍ୱାସକୁ ଆଧାର କରି ରାୟଗଡ଼ ଜିଲ୍ଲା ପ୍ରଶାସନ SIR-୨୦୨୬ ପ୍ରକ୍ରିୟାରେ ସମସ୍ତଙ୍କ ସହଭାଗିତା ସୁନିଶ୍ଚିତ କରିବା ଦିଗରେ ନିରନ୍ତର ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ିଛି।

News Comment

You Might Also Like

BACK TO TOP