Breaking
News
Breaking
News
11-Jan-2026
ସଫେଇ କର୍ମଚାରୀମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ।
ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ, ;
ଆଜି ସାନ ଓ ନୀଳ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ରାଉତପେଣ୍ଠା ସାହି ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ସମସ୍ତ ସଫେଇ କର୍ମଚାରୀ ଙ୍କୁ ଓ ଅନ୍ୟ ନିରୀହ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଗଲା. ସାନ ଓ ନୀଳ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ପି. ଧର୍ମା ରାଓ, ଉପ ସଭାପତି ଏସ.ଚିଟ୍ଟୀ ବାବୁ, ସଦସ୍ୟ ଏସ ସୁଶୀଳା ଦେବୀ,ଶମୀର ସିଂ, ଦୁର୍ଗାପ୍ରାସାଦ ଆଚlରୀ, ସମାଜ ସେବୀ ଶ୍ରୀ ତ୍ରିନାଥ ମହାରଣା,ପୂର୍ଣ୍ଣ ଚନ୍ଦ୍ର ସାହୁ, ଦିଗାମ୍ବର ସାହୁ, ମଙ୍ଗୁଳୁ ନାୟକ ଉପସ୍ଥିତ ଥିଲେ.ଶ୍ରୀ ଧର୍ମା ରାଓ କହିଲେ ଯେ ଗତ ଦୁଇ ମାସ ହେଲା ସହର ର ବିଭିନ୍ନ ସ୍ଥାନ ରେ ଶୀତ ବସ୍ତ୍ର ଗରିବ ଓ ନିରୀହ ଲୋକଙ୍କୁ ବଣ୍ଟନ କରାଯାଇଛି।ବ୍ରହ୍ମପୁର ର ବିଭିନ୍ନ ୱାର୍ଡ ର ସୋଫାଇ କର୍ମଚାରୀଙ୍କୁ ଦିଆଯାଇଛି।ଆଗାମୀ ଦିନ ରେ ମଧ୍ୟ ଏ ସେବା କାର୍ଯ୍ୟ ଚାଲିବ ଓ ଗରିବ ନିଷ୍ପେସିତ ବ୍ୟକ୍ତି ବିଶେଷଙ୍କ ସେବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ. ତ୍ରିନାଥ ମହାରଣା ସଂଘ ଚଳାଇଥିବା ସମସ୍ତ ସେବା କାର୍ଯ୍ୟ କୁ ସମସ୍ଥଙ୍କୁ ଅବଗତ କରାଇବା ସହ ଏସ ଚିଟ୍ଟୀ ବାବୁ ଧନ୍ୟବାଦ ଅର୍ପଣ କରିଛନ୍ତି।
BACK TO TOP