Breaking
News
Breaking
News
30-Dec-2024
ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା,
ଓଡିଶା ଜନମତ ବ୍ୟୁରୋ,
ପୂରୀ -ସାତ ପଡା:ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀ ବାହି ଡ଼ଙ୍ଗା | ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସଦା ବ୍ଲକ ଅନ୍ତର୍ଗତ ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟ ଯିବା ପାଇଁ ଏକ ଯାତ୍ରୀବାହୀ ଡଙ୍ଗା ବାହାରି ଥିଲା। ଏଥିରେ ପ୍ରାୟ ୫୦ ଜଣ ଯାତ୍ରୀ ଓ ୨୦ଟି ବାଇକ୍ ରଖାଯାଇଥିଲା | ଦେଶୀ ଡ଼ଙ୍ଗାଟି ଯାତ୍ରା ଆରମ୍ଭ କରିବାର କିଛି ସମୟପରେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଟକି ଯାଇଥିଲା ମଝି ଚିଲିକାର ମହିଷାଗାଁ ତଳିରେ ଫସି ରହିଛି। ଚିଲିକା ମଝିରେ ଯାତ୍ରୀମାନେ ଫସି ରହିଛନ୍ତି। ଅନ୍ୟ ଦୁଇଟି ମତ୍ସ୍ୟଜୀବୀ ଡ଼ଙ୍ଗା ଉଦ୍ଧାର ପାଇଁ ଉଦ୍ୟମ କରୁଛି | ଅନ୍ୟପଟରେ ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନିକ ଅଧିକାରୀ ଙ୍କର ଦେଖାନାହିଁ | ବାରମ୍ବାର ମଝି ଚିଲିକାରେ ଯାତ୍ରୀଙ୍କ ସହ ଡ଼ଙ୍ଗା ଫସି ରହୁଛି କିନ୍ତୁ ପ୍ରଶାସନ ନିରବ ହୋଇ ବସିଛି |ଚିଲିକା ହ୍ରଦ ମଧ୍ୟରେ ଥିବା ଏକାକ ସ୍ଥଳ ଭାଗରେ ଛୋଟଛୋଟ ଗାଁ ରହିଛି ଏହି ଗାଁଗୁଡ଼ିକର ଲୋକେ ଚିଲିକାରୁ ମାଛଧରି ଜୀବିକା ନିର୍ବାହ କରୁଛନ୍ତି। ଏମାନେ ଅନ୍ୟ ଜିନିଷପତ୍ର କିଣାକିଣି ପାଇଁ ସାତପଡ଼ାକୁ ଆସିଥାନ୍ତି। ଜଳପଥ ହେଉଛି ଏମାନଙ୍କ ପାଇଁ ଏକମାତ୍ର ବିକଳ୍ପା ତେଣୁ ବିଭିନ୍ନ ସମୟରେ ସେମାନେ ଦୁର୍ଘଟଣା ଓ ଅଘଟଣର ସାମ୍ନା କରିଥାନ୍ତି।
ସୂଚନାଯୋଗ୍ୟ, ସାତପଡ଼ାରୁ ଜହ୍ନିକୁଦା ଘାଟର ଦୂରତା ୫ କିଲୋମିଟରା ସବୁଦିନ ଲୋକେ ଏହି ଜଳପଥରେ ପାରି ହୋଇଥାନ୍ତି। ଲୋକଙ୍କର ମାଧ୍ଯମ କେବଳ ଜଳପଥ ହୋଇଥିବାରୁ ଦେଶୀଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ବସିଥାଆନ୍ତି । ଚିଲିକା ପାରି ହେବାବେଳେ ଏହିଭଳି ବାରମ୍ବାର ଅଘଟଣ ଘଟୁଛି।
BACK TO TOP