Breaking News

ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||     

ସରକାରୀ ସାହାଯ୍ୟ ଅପେକ୍ଷା ରେ 27ବର୍ଷର ଅସୁସ୍ଥ ଜୀବନ ବିତାଉଥିବା ଯୋଗେନ୍ଦ୍ର |

25-Dec-2024

ରୋଜଗାର କରି ପରିବାର ର ସାହା ହେବା ବୟସରେ ପରିବାର ର ବୋଝ ପାଲଟିଛନ୍ତି ଯୋଗେନ୍ଦ୍ର।

ଓଡିଶା ଜନମତ  ବ୍ୟୁରୋ ,

ପୋଲସରା ୨୫/୧୨/୨୦୨୪
ଯେଉଁ ବୟସରେ ରୋଜଗାର କରି ପରିବାର ର ସାହାରା ହେବା କଥା ସେହି ବୟସ ରେ ପରିବାର ପାଇଁ ବୋଝ ପାଲଟି ଛନ୍ତି ଯୁବକ। ଖୁଆଇଲେ ଖାଉଛି। ଶୁଆଇଦେଲେ ଶୋଉଛନ୍ତି। ଚାଲିବା ବୁଲିବା ତାଙ୍କ ପାଇଁ ସତେଯେମିତି ସ୍ବପ୍ନ ହୋଇଯାଇଛି। ଏହି କଷ୍ଟ ଦିନେ କି ଦୁଇଦିନ ର ନୁହେଁ। ପାଞ୍ଚ ବର୍ଷ ବୟସରୁ ଯନ୍ତ୍ରଣା ଭରା ଜୀବନ କାଟୁଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅର୍ନ୍ତଗତ ନିମିନା ପଞ୍ଚାୟତ ର ସାନବରଗାଁ ମହାରଣା ସାହିର ୨୭ ବର୍ଷ ବୟସ୍କ ଯୋଗେନ୍ଦ୍ର ସାହୁ। ଯୋଗେନ୍ଦ୍ର ଜନ୍ମରୁ ସୁସ୍ଥ ଥିଲେ। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲବୁଲ କରୁ ଥିଲେ। କଥାବାର୍ତ୍ତା କହି ପାରୁଥିଲେ। ହେଲେ ପାଞ୍ଚ ବର୍ଷ ବୟସରେ ଯୋଗେନ୍ଦ୍ର ଙ୍କ ଜୀବନରେ ଢାଙ୍କି ଗଲା କଳାବାଦଲ । ପ୍ରଥମେ ଚାଲିବା ରେ ସମସ୍ୟା ଦେଖାଦେଲା । ସେହି ସମୟରେ ଯୋଗେନ୍ଦ୍ର ଙ୍କ ବାପା ସୁରଥ ରେ କାମ କରୁଥିବା କାରଣରୁ ପୁଅକୁ ସେଠିକାର ମେଡ଼ିକାଲରେ ଚିକିତ୍ସା କରାଇଥିଲେ। ହେଲେ ଚିକିତ୍ସା ପରେ ଯୋଗେନ୍ଦ୍ର ସୁସ୍ଥ ହେବା ପରିବର୍ତ୍ତେ ସବୁଦିନ ପାଇଁ ଅକର୍ମଣ୍ୟ ହୋଇ ଯାଇଥିଲେ। ଗୋଡ ଅଚଳ ହେବା ସହିତ ବାକଶକ୍ତି ମଧ୍ୟ ହରାଇଥିଲେ ଯୋଗେନ୍ଦ୍ର । ପରିବାର ର ଆର୍ଥିକ ସ୍ଥିତି ଭଲ ନଥିବା କାରଣ ରୁ ଯୋଗେନ୍ଦ୍ର ଙ୍କ ବାପା ତାଙ୍କ ର ଆଉ ଉଚ୍ଚତର  ଚିକିତ୍ସା କରି ପାରିଲେ ନାହିଁ। ଏହା ମଧ୍ୟରେ ଯୋଗେନ୍ଦ୍ର ଙ୍କ ବାପା ଙ୍କ ଦେହାନ୍ତ ହୋଇ ସାରିଥିବା ବେଳେ ମା ପରଘରେ ମୁଲ ଲାଗି ପରିବାର ଚଳାଉଛନ୍ତି। ଏଣ ପୁଅର ଚିକିତ୍ସା ଲାଗି ଆର୍ଥର ଅଭାବ ଯୋଗୁଁ ଘରେ ପଡି ରହୁଛି ଭେଣ୍ଡିଆ ପୁଅ ଯୋଗେନ୍ଦ୍ର। ଯୋଗେନ୍ଦ୍ର ଙ୍କ ଦୁଃଖ ଯନ୍ତ୍ରଣା ଦେଖି ସରକାର କିମ୍ବା କୈଣସି ବଦାନ୍ୟ ବ୍ୟକ୍ତି ସହଯୋଗ କରିବାକୁ ହାତ ବଢ଼ାଇଥିଲେ ହୁଏତଯୋଗେନ୍ଦ୍ର ପୁନର୍ବାର ସମ୍ମାନ ର ସହିତ ବଞ୍ଚିବା ର ସ୍ବପ୍ନ ଦେଖିଥାନ୍ତେ। ଏସମ୍ପର୍କରେଆମେପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ସେ ଯୋଗେନ୍ଦ୍ର ଙ୍କୁ ଯଥା ସମ୍ଭବ ସରକାରୀ ସହାୟତା ଯୋଗାଇବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଯୋଗେନ୍ଦ୍ର ଙ୍କ ଚିକିତ୍ସା ଓ ସହାୟତା ଖର୍ଚ୍ଚ ବହନ ପାଇଁ ସରକାର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ତେବେ ୨୭ ବର୍ଷ ଧରି ଯନ୍ତ୍ରଣା ସହ ଜୀବନ କାଟୁଥିବା ଯୋଗେନ୍ଦ୍ର ଙ୍କ ଜୀବନ ରେ କେବେ ହସ ଫୁଟୁଛି ତାହା ଦେଖିବାକୁ ବାକି ରହିଲା ।

News Comment

You Might Also Like

BACK TO TOP