Breaking
News
Breaking
News
25-Dec-2024
ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ପ୍ରମୋଦ,
ଓଡିଶା ଜନମତ ବ୍ୟୁରୋ ,
ଗଞ୍ଜାମ ଜିଲ୍ଲା ରେ ସରୁନି ଦାଦନ ଦୁଃଖ ଭରା କାହାଣୀ । ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଲୋକଙ୍କୁ ରୋଜଗାର ଯୋଗାଇ ବାର ଡିଣ୍ଡିମ ପିଟି ଚାଲିଥିବା ବେଳେ ବାସ୍ତବରେ ଲୋକେ ଏଥିପ୍ରତି ବିମୁଖ ହୋଇ ପଡ଼ୁଛନ୍ତି । ଯାହା ଫଳରେ ପ୍ରଶାସନ ଉପରୁ ଆସ୍ଥା ତୁଟାଇବା ପରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଯାହାର ଉଦା ହରଣ ଦେଖିବାକୁ ମିଳିଛି ଧରାକୋଟ ବ୍ଲକର ବଳରାମ ପୁର ଗାଁ ରେ । ନିଜ ପରିବାର ର ଆର୍ଥକସ୍ୱଚ୍ଛଳତା ନଥୁବାରୁ ଧରାକୋଟ ବ୍ଲକର ସଦର ମହକୁମା ବଳରାମପୁର ର ସୂର୍ଯ୍ୟ ବେହେରା ନିଜର ସାନପୁଅ ୨୦ ବର୍ଷିଆ ପ୍ରମୋଦ କୁ ସାଙ୍ଗରେ ଧରି ଯାଇଥିଲେ ଚେନ୍ନାଇ ନିକଟସ୍ଥ କାନତୁର ର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରିବା ପାଇଁ | ହେଲେ କମ୍ପାନୀରେ ନିରାପତ୍ତା ବଳୟ ଢିଲା ଯୋଗୁଁ ଗତ ୨୨ ତାରିଖ ରାତିରେ ଛାତ ଉପରକୁଯାଇ ଥିବାବେଳେ ଅନଭିଜ୍ଞ ପ୍ରମୋଦ ଅଚାନକ ଛାତରୁ ତଳକୁ ଖସି ପଡ଼ିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଆସିବା ଯୋଗୁଁ ସେଠାରେ ଥିବା ତାଙ୍କ ବାପା ସୂର୍ଯ୍ୟବେହେରା ଅନ୍ୟ ମାନଙ୍କ ସାହାଯ୍ୟରେ ତାଙ୍କୁ ଖୋଜି ଥିଲେ ମଧ୍ଯ ପାଇ ନଥିଲେ । ଭୋରରୁ ପ୍ରମୋଦ ଙ୍କ ମୃତ ଦେହ କମ୍ପାନୀ ଗୃହ ପଛ ପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା ଏହା ପରେ କମ୍ପାନୀ ତରଫରୁ ତାଙ୍କୁ ନିକଟସ୍ଥ ମେଡ଼ିକାଲ କୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣାକରିଥିଲେ ଶବ ବ୍ୟବଚ୍ଛେଦ ପରେ ବାପା ସୂର୍ଯ୍ୟ ବେହେରା ଙ୍କୁ ତାହା ହସ୍ତାନ୍ତର କରାଯାଇଥିଲା । ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତ ଦେହ ୨୪ ତାରିଖ ଅପରାହ୍ନ ଚାରିଟାରେ ଜନ୍ମ ମାଟି ବଳରାମପୁର ରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟାଖେଳିଯାଇ ଥିଲା । ଆତ୍ମୀୟ ସ୍ୱଜନ ଙ୍କ ଦ୍ୱାରା ପ୍ରମୋଦ ଙ୍କ ଶବକୁ ଗାଁ ଶ୍ମଶାନ ରେ ଦାହ କରାଯାଇଛି | ସୂର୍ଯ୍ୟ ବେହେରା ଙ୍କ ଦୁଇ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଚାଲିଥିବା ହସ ଖୁସିର ପରିବାର ମଧ୍ୟରେ ଏବେ ଶୋକର କଳା ବାଦଲ ଘୋଟି ଯାଇଛି | ଏଥିପାଇଁ ସରକାର ଙ୍କ ତରଫରୁ କିଛି ଆର୍ଥିକ ସହଯୋଗ କରିବାକୁ ଗ୍ରାମବାସୀ ଓ ତାଙ୍କ ପରି ବାର ତରଫରୁ ଅନୁରୋଧ କରାଯାଇଛି |
BACK TO TOP