Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଲଗାଣ ବର୍ଷା ଯୋଗୁଁ ବେଗୁନିଆପଡା ବ୍ଳକ ସହିତ ଅନ୍ୟନ୍ୟ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ||

24-Sep-2026

ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ l 
ବେହାଲ ଅବସ୍ଥାରେ କୋଦଳା ସୂର୍ଯ୍ୟନଗର (ଝିଅ ସାହି) ବାସିନ୍ଦା l

ଓଡିଶା ଜନମତ, ବେଗୁନିଆପଡା :24/09/26 :

ଭଞ୍ଜ କିଶୋର ମହାରଣା l

ଗଭୀର ଅବପାତ ପ୍ରଭାବରେ ଦୀର୍ଘ ଚାରିଦିନ ଧରି ବେଗୁନିଆପଡା ବ୍ଲକର  ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରିରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ରାଜସ୍ବ ଓ ବିପର୍ଯୟ ପରିଚାଳନା କତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ଅଞ୍ଚଳରେ ଗତକାଲି 70 ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଆଜି ଗତକାଲି ଠାରୁ ସାମାନ୍ୟ ଅଧିକ ବର୍ଷା ହୋଇଥିବା ଦେଖିବାକୁ ମିଳିଛି l ଫଳରେ ସମସ୍ତ ଚାଷଜମିରେ ପାଣି ଜମିରହିବା ସହ ତାଳସର ରୋଡ଼,ଧନଞ୍ଜୟପୁର, ବିଲିପଡ଼ା, କାଳିମେଘି-ରାଣୀପଡ଼ା ରୋଡ଼ , କୋଦଳା-ମର୍ଦ୍ଦମେଖ ରୋଡ଼, ଆଦି ଜଳାର୍ଣ୍ଣବ ହୋଇ ଯାତାୟାତରେ ବାଧା ଉପୁଜିଛି l ଏହା ସହ ଦିଗାପଡା, ବରିଡା ଆଦି ସ୍ଥାନରେ ରାସ୍ତାପାର୍ଶ୍ୱରେ ଗଛ ଭାଙ୍ଗିଯାଇ ଯାତାୟାତରେ କିଛିସମୟ ବାଧା ଉପୁଜିଥିଲା l ପ୍ରଶାସନ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିଥିବାବେଳେ କୋଦଳା ତହସିଲଦାର ବିନ୍ଦୁବଳୟ ରାଉତରାୟ ଓ ବ୍ଲକ କତୃପକ୍ଷ ପରିସ୍ଥିତିକୁ ତୀକ୍ଷ୍ଣ ନଜର ରଖିଥିବା ଜଣାପଡିଛି l  "ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ତତ୍ପର ଅଛି,ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ଜାରିରହିଛି ଏବଂ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି l ବର୍ଷାରୁ ରକ୍ଷା ପାଇବା ପାଇଁ କିଛି ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ କିଛିଲୋକଙ୍କୁ ପଲିଥିନ ବଣ୍ଟନ କରାଯାଇଛି ଏବଂ କୌଣସି ଅଘଟଣକୁ ଏଡାଇବା ପାଇଁ ଜଳମଗ୍ନ ରାସ୍ତାରେ ତହସିଲଦାରଙ୍କ ଉପସ୍ଥିତିରେ ବାରିକେଡ଼ ବ୍ୟବସ୍ଥା କରାଯାଇଛି l ଅନ୍ୟପଟରେ  ଲଗାଣ ବର୍ଷାକୁ ଦେଖି ସାଧାରଣ ଜନତା ସମେତ ଚାଷୀକୁଳ ମୁଣ୍ଡରେ ହାତଡେଇ ବସିଛନ୍ତି l ଆଗକୁ ଯଦି ବର୍ଷା ଜାରିରହେ, ତାହେଲେ ଜମିରେ ପାଣିରହି ଫସଲ ପଚିଯିବାର ଯଥେଷ୍ଟ ସମ୍ଭାବନା ରହିଛି l 
           ଏହାଛଡା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ 10 ସୂର୍ଯ୍ୟନଗର (ଝିଅସାହି ) ବାସିନ୍ଦାଙ୍କ ଅବସ୍ଥା ବେହାଲ ହୋଇପଡିଛି l କେବଳ ଲଗାଣ ବର୍ଷା ନୁହଁ ଏଠି ସାମାନ୍ୟ ବର୍ଷା ହେଲେ ଘର ଆଗରେ ଆଣ୍ଠୁଏ ପାଣି ଜମିରହୁଛି l ଘରୁ ବାହାରିବା କଷ୍ଟ,  ଛାତ୍ର ଛାତ୍ରୀଙ୍କ ଶିକ୍ଷା ବ୍ୟାଘାତ ସହିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବି ବନ୍ଦ l ଏହି ସ୍ଥାନ ଏକ ବ୍ୟକ୍ତିଗତ ସମ୍ପତି ହୋଇଥିବାରୁ ସରକାରୀ କତୃପକ୍ଷ ହାତ ମାରିବାକୁ ସାହାସ କରୁନାହାନ୍ତି l କିଛି ପ୍ରାଇଭେଟ ଜାଗା ପ୍ରତିବନ୍ଧକ ହେଉଥିବାରୁ ଜଳ ନିଷ୍କାସନ ସମ୍ଭବ ପର ହୋଇପାରୁନାହିଁ ଏନଏସି କତୃପକ୍ଷ କହିଛନ୍ତି l ଏନଏସି ତରଫରୁ ବର୍ତ୍ତମାନ ପ୍ରତ୍ୟକ ସମୟରେ କେବଳ ମୋଟର ପକାଇ ଜଳ ନିଷ୍କାସନ କରୁଥିବା ଦେଖିବାକୁ ମିଳୁଛି l ବାଧ୍ୟ ହୋଇ ସାହିବାସିନ୍ଦା କୋଦଳା ତହସିଲଦାରଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଗୁହାରି କରିବା ପରେ ଅନୁରୋଧ ରକ୍ଷାକରି ଏହାର ସ୍ଥାୟୀ ସମାଧାନ ପାଇଁ ଆଗେଇ ଆସିଲେ l କୋଦଳା ତହସିଲଦାର ଶ୍ରୀ ରାଉତରାୟ ବୁଧବାର ଅପରାହ୍ନ ରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କୁ ନେଇ ସମସ୍ୟାକୁ ତଦାରଖ କରିବା ସହିତ ସାହି ବାସିନ୍ଦା ଙ୍କ ସହିତ ଆଲୋଚନା କରି ସେହି ସାହିକୁ ଲାଗିରହିଥିବା ପ୍ରାଇଭେଟ ଜାଗା ମାଲିକଙ୍କ ସହିତ କଥାବାର୍ତ୍ତା କରିଥିଲେ l ଏହାର ସ୍ଥାୟୀ ସମାଧାନ ପାଇଁ ନିର୍ବାହୀ ଅଧିକାରୀ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ଜଳ ନିଷ୍କାସନ ପାଇଁ ଯାହା ଆବଶ୍ୟକ କାର୍ଯ୍ୟ ପୁରଣ କରିବାକୁ ତତ୍ପରତା ଦେଖାଇଥିଲେ l ସମସ୍ୟା କେବେ ଦୂରୀଭୂତ ହେବ ଏନେଇ ସହିବାସିନ୍ଦା ସନ୍ଦିହାନ ହୋଇପଡିଛନ୍ତି l

News Comment

You Might Also Like

BACK TO TOP