Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଖୋର୍ଦ୍ଧା ବ୍ଳକ ର ବନ୍ୟା ପ୍ଲାବିତ ଅଞ୍ଚଳ ରୁ ହ୍ରାସ ପାଇଲା ବନ୍ୟାଜଳ |

03-Aug-2026

ଖୋର୍ଦ୍ଧା ବ୍ଲକ ର  ବନ୍ୟାପ୍ରଭାବିତ ଗ୍ରାମରୁ ହ୍ରାସ ପାଇଲା ବନ୍ୟାଜଳ;

 ହିରିମୂଳ ଏବେ ବି ଜଳବନ୍ଦୀ,24 ଘଣ୍ଟିଆ ନଜର ରଖାଯାଇଛି -ବିଡ଼ିଓ ଶ୍ରୀ ପଟ୍ଟନାୟକ 
ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ 
)ଲଗାଣ ବର୍ଷା ଯୋଗୁଁ ଗତ କିଛିଦିନ ଧରି ଖୋର୍ଦ୍ଧା ବ୍ଲକର ବିଭିନ୍ନ ଗ୍ରାମରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସୋମବାରଠାରୁ ଧୀରେ ଧୀରେ ସୁଧୁରିବା ଆରମ୍ଭ କରିଛି। ନରଣଗଡ଼, ଓରବରସିଂହ ଗ୍ରାମପଞ୍ଚାୟତ ଅଧୀନର ଅଧିକାଂଶ ବନ୍ୟାପ୍ରଭାବିତ ଗ୍ରାମରୁ ବନ୍ୟାଜଳ ହ୍ରାସ ପାଇବା ସହ ଜନଜୀବନ ସ୍ୱାଭାବିକ ହେବାର ସଙ୍କେତ ମିଳିଛି। ତେବେ ଓରବରସିଂହ ପଞ୍ଚାୟତର ହିରିମୂଳ ଗ୍ରାମ ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଥିବାରୁ ସେଠାରେ ପ୍ରଶାସନ ପକ୍ଷରୁ ରିଲିଫ, ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରହିଛି। ଖୋର୍ଦ୍ଧା  ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର କରାଯାଇଥିବା କ୍ଷେତ୍ର ପରିଦର୍ଶନରେ ଜଣାପଡ଼ିଛି ଯେ, ନରଣଗଡ଼ ଓ ଓରବରସିଂହ ଗ୍ରାମପଞ୍ଚାୟତର ୯ଟି ପ୍ରଭାବିତ ଗ୍ରାମରୁ ବନ୍ୟାଜଳ ସମ୍ପୂର୍ଣ୍ଣ କିମ୍ବା ବହୁ ପରିମାଣରେ ହ୍ରାସ ପାଇଛି। ଏହାପରେ ପରିସ୍ଥିତିରେ ସୁଧାର ଆସିଥିବାରୁ ଗତ କିଛିଦିନ ଧରି ଚାଲିଥିବା ମାଗଣା ରନ୍ଧା ଖାଦ୍ୟ  ସେବାକୁ ସୋମବାର ମଧ୍ୟାହ୍ନ ଭୋଜନ ପରେ ବନ୍ଦ କରାଯାଇଛି। ବନ୍ୟାର ପ୍ରଥମ ଦିନରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଏହି ରୋଷେଇ ବ୍ୟବସ୍ଥା ଅନେକ ପରିବାର ପାଇଁ ବଡ଼ ସହାୟକ ସାବ୍ୟସ୍ତ ହୋଇଥିଲା।ତେବେ ହିରିମୂଳ ଗ୍ରାମର ପରିସ୍ଥିତି ଏବେ ମଧ୍ୟ ଚିନ୍ତାର ବିଷୟ ହୋଇ ରହିଛି। ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଜଳମଗ୍ନ ଥିବାରୁ ସାଧାରଣ ଯାତାୟାତ ସମ୍ଭବ ହୋଇପାରୁନାହିଁ। ଏହି କାରଣରୁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ, ପାନୀୟ ଜଳ, ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସହାୟତା ନିରନ୍ତର ଯୋଗାଇ ଦିଆଯାଉଛି। କୌଣସି ପରିବାର ଯେପରି ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ଳକ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ କହିଛନ୍ତି ଯେ, ପରିସ୍ଥିତି ଉପରେ ୨୪ ଘଣ୍ଟା ନଜର ରଖାଯାଉଛି। ରାଜସ୍ୱ ବିଭାଗ, ପଞ୍ଚାୟତ ପ୍ରତିନିଧି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଗ୍ରାମଗୁଡ଼ିକର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକତା ଅନୁଯାୟୀ ତୁରନ୍ତ ସହାୟତା ପହଞ୍ଚାଉଛନ୍ତି। ହିରିମୂଳ ଗ୍ରାମରେ ସ୍ୱାଭାବିକ ଯୋଗାଯୋଗ ବ୍ୟବସ୍ଥା ଫେରି ନଆସିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହାୟତା ଅବ୍ୟାହତ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୋମବାର ରିଲିଫ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇଟି ଗ୍ରାମପଞ୍ଚାୟତରେ ମୋଟ ୧,୫୭୩ ଜଣ ବନ୍ୟାପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେଥିମଧ୍ୟରେ ୨୩୪ ଜଣ ଶିଶୁ ଥିଲେ। ନରଣଗଡ଼ ଗ୍ରାମପଞ୍ଚାୟତର ଓରମୀ ଗ୍ରାମରେ ୩୨୪ ଜଣ, ମାନପୁରରେ ୨୩୦ ଜଣ ଏବଂ ଧୋବପୁର ସରକାରୀ ବିଦ୍ୟାଳୟରେ ଖୋଲାଯାଇଥିବା ରିଲିଫ୍ କେନ୍ଦ୍ରରେ ୪୯୭ ଜଣଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା।
ସେହିପରି ଓରବରସିଂହ ଗ୍ରାମପଞ୍ଚାୟତର ହିରିମୂଳ ଗ୍ରାମର ୧୭୪ ଜଣଙ୍କୁ ଦିନ ଓ ରାତି ଉଭୟ ସମୟରେ ଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ, ଦୁର୍ଗାପୁରରେ ୧୫୦ ଜଣ ଏବଂ ଦିହାଖଳା ଗ୍ରାମରେ ୪୦୦ ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ପ୍ରତ୍ୟେକ କେନ୍ଦ୍ରରେ ଶିଶୁ ଓ ବୃଦ୍ଧମାନଙ୍କୁ ପ୍ରାଥମିକତା ଦେଇ ଖାଦ୍ୟ ବଣ୍ଟନ କରାଯାଇଥିଲା।
ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବର୍ଷା ଋତୁ ଏପର୍ଯ୍ୟନ୍ତ ଶେଷ ହୋଇନଥିବାରୁ ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସତର୍କ ରଖାଯାଇଛି। ଜଳସ୍ତର ଉପରେ ନିୟମିତ ନଜର ରଖିବା ସହ ଆବଶ୍ୟକ ପଡ଼ିଲେ ତୁରନ୍ତ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବନ୍ୟାଜଳ ହ୍ରାସ ପାଇବା ସହ ଅଧିକାଂଶ ଗ୍ରାମରେ ସ୍ୱାଭାବିକ ଜୀବନଯାତ୍ରା ଫେରିବା ଆରମ୍ଭ କରିଥିବାବେଳେ, ରାସ୍ତାଘାଟର ମରାମତି, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବାର ସ୍ୱାଭାବିକୀକରଣ ଓ ଅନ୍ୟାନ୍ୟ ପୁନରୁଦ୍ଧାର କାର୍ଯ୍ୟକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରାଯିବ। ହିରିମୂଳ ଗ୍ରାମରେ ସମ୍ପୂର୍ଣ୍ଣ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପ୍ରଶାସନର ସ୍ୱତନ୍ତ୍ର ନଜରଦାରି ଓ ରିଲିଫ୍ କାର୍ଯ୍ୟ ଜାରି ରହିବ ବୋଲି ବ୍ଲକ ବିଡ଼ିଓ ଶ୍ରୀ ପଟ୍ଟନାୟକ   ସୂଚନା ଦେଇଛି।

News Comment

You Might Also Like

BACK TO TOP