Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଫଲସ ବିଲ ହୋଇଥିବା ନେଇ ଗ୍ରାମବାସୀ ଙ୍କ ଅଭିଯୋଗ ଙ୍କୁ ରଖିଲେନି ବେଗୁନିଆପଡା ବିଡ଼ିଓ |

03-Aug-2026

ଫଲସ୍ ବିଲ୍ ନେଇ ଗ୍ରାମବାସୀଙ୍କ ଅଭିଯୋଗ ପତ୍ର ରଖିଲେନି ବେଗୁନିଆପଡ଼ା ବିଡ଼ିଓ l

ଓଡିଶା ଜନମତ,ବେଗୁନିଆପଡା :03/08/26 :

ଭଞ୍ଜ କିଶୋର ମହାରଣା :--

ଗଞ୍ଜାମ ବେଗୁନିଆପଡ଼ା ବ୍ଲକରେ ଚାଞ୍ଚଲ୍ୟକର  ପରିସ୍ଥିତି l ଦୁର୍ନୀତିକୁ ନେଇ ଅଭିଯୋଗ କଲେ ଅଭିଯୋଗ ପତ୍ର ରଖୁ ନାହାନ୍ତି ଖୋଦ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ।ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବ୍ଲକ ପ୍ରଶାସନର ଜାଣତରେ ଦୁର୍ନୀତି ହେଉଥିବା କଥା ଏବେ ସାଧାରଣରେ ଆଲୋଚନା ହେଉଛି। ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଗାଁର ଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ। ଏହି ପଞ୍ଚାୟତର ନୂଆଗଡ କାଳୀ ମନ୍ଦିରକୁ ରାସ୍ତା ନଥିବା ନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ ସ୍ଥାନୀୟ ଲୋକେ। ଏପରିକି ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇଥିଲେ। କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ କିଛି ସ୍ବେଛାସେବୀ ମାନେ ଗତ 3 ମଇରେ ଜେସିବି ଲଗାଇ ରାସ୍ତା ନିର୍ମାଣ କଲେ। ସ୍ବେଛାସେବୀଙ୍କ ନିଜସ୍ବ ଉଦ୍ୟମରେ ରାସ୍ତା ନିର୍ମାଣ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ସ୍ଥାନକୁ ଯାଇ କିଛି ଲୋକ ଫଟୋ ଉଠାଇ ଆସୁଛନ୍ତି। କେବଳ ଫଟୋ ଉଠାଇ ନିଜକୁ ଶ୍ରମିକ ବୋଲି ଦର୍ଶାଇ କାଗଜପତ୍ରରେ କାମ କରି ମିଥ୍ଯା ବିଲ୍ କରି ଅର୍ଥ ହରିଲୁଟ୍ ପାଇଁ ଚାଲିଛି ଯୋଜନା । ବିଭାଗୀୟ ଅଧିକାରୀ ମାନଙ୍କୁ ଏନେଇ ପଚାରିଲେ ସଠିକ୍ ଉତ୍ତର ମିଳୁନି। ଯାହାକୁ ନେଇ ଗ୍ରାମବାସୀ ସୋମବାର ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲେ। ଦୁର୍ଭାଗ୍ୟର କଥା ବିଡ଼ିଓ ମହାଶୟ ନିଜେ ଉପସ୍ଥିତ ଥାଇ ମଧ୍ୟ ଅଭିଯୋଗ ପତ୍ର ଗ୍ରହଣ କଲେନି । ଗ୍ରାମବାସୀଙ୍କୁ ଦେଖି ଅଫିସରୁ ଚାଲି ଆସିଲେ। ହଠାତ୍ କେଉଁଆଡ଼େ ପ୍ରୋଗ୍ରାମ ଥିବା ଦର୍ଶାଇ ଗାଡି ପାଖକୁ ଆସିଗଲେ। ଗ୍ରାମର ଯୁବକ ମାନେ ବିଡ଼ିଓଙ୍କୁ ଗୋଡାଇ ଗୋଡାଇ ଆସି ଗାଡି ପାଖରେ ଅଭିଯୋଗ ପତ୍ର ନେବାକୁ ଅନୁରୋଧ କରିଥିଲେ ମଧ୍ୟ ଶୁଣି ନଥିଲେ ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ସାମନ୍ତ। ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧି ଘଟଣାକୁ ନେଇ ବିଡ଼ିଓଙ୍କୁ ପ୍ରଶ୍ନ କରି ମଧ୍ୟ ସଠିକ ଉତ୍ତର ପାଇ ନଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇ ଦିଅନ୍ତୁ ବୋଲି କହିଥିଲେ ବିଡ଼ିଓ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏନେଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏନେଇ ବିଡ଼ିଓଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍ ବନ୍ଦ ଥିବାରୁ ପ୍ରତିକ୍ରିୟା ହସ୍ତଗତ ହୋଇ ପାରି ନାହିଁ।

News Comment

You Might Also Like

BACK TO TOP