Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ପୋଲସରା ଗୋପବନ୍ଧୁ ବିଦ୍ୟାଳୟ ପାଚେରୀକୁ ଭାଙ୍ଗିଲା ପୌର ପରିଷଦ |

12-Jul-2026

ଐତିହାସିକ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ସୁରକ୍ଷା ପାଚେରୀକୁ ଜବରଦସ୍ତି ପୌର ପରିଷଦ ଭାଙ୍ଗିଲା।  ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା । (ସଚେତନ ନାଗରିକ ପକ୍ଷରୁ ଅଦାଲତର ଆଶ୍ରୟ ନେବାକୁ ଚେତାବନୀ)

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା
ପୋଲସରା ୧୨/୦୭/୨୦୨୬
ପୋଲସରା ସହର ଓ ଅଞ୍ଚଳର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ ପାଚେରୀକୁ ପୋଲସରା ପୌର ପରିଷଦ ଦ୍ବାରା ଜବରଦସ୍ତ ଭାଙ୍ଗିବା ଘଟଣାରେ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ଏହି ଘଟଣାରେ ପୌର ପରିଷଦର ମନମୁଖୀ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେରେ  ତୀବ୍ର ନିନ୍ଦା କରାଯାଇଛି । ପ୍ରକାଶ ଯୋଗ୍ୟ ଯେ ପୋଲସରା ସହରରେ ୦୩/୦୭/୧୯୪୧ ମସିହାରେ ତତ୍କାଳୀନ ସଚେତନ ନାଗରିକ ଓ ଶିକ୍ଷା ପ୍ରେମୀଙ୍କ ଉଦ୍ୟମରେ ଉକ୍ତ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାମରେ ଏହି  ବିଦ୍ୟାଳୟର ନାମକରଣ କରାଯାଇଥିଲା । ବିଦ୍ୟାଳୟ ପ୍ରତିଷ୍ଠା ଠାରୁ ଗତ ୮୫ ବର୍ଷ ମଧ୍ୟରେ ହଜାର ହଜାର ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ସୁନାମ ଅର୍ଜନ କରିଛନ୍ତି । ତେବେ ବିଦ୍ୟାଳୟଟି ପୋଲସରା-ବୁଗୁଡା ମୂଖ୍ୟ ସଡ଼କକୁ ଲାଗି ରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୦୭ ମସିହାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହାର ପ୍ରାଚୀର ନିର୍ମାଣ କରାଯାଇଥିଲା । ମାତ୍ର ୭ ତାରିଖ ମଙ୍ଗଳବାର  ଦିନ ପୋଲସରା ପୌର ପରିଷଦର ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା ନିଜେ ଦୁଇଟି ବୁଲଡୋଜର ନେଇ ୩୫୦ ଫୁଟ ଦୈର୍ଘ୍ୟ ଏହି ପ୍ରାଚୀରକୁ ମୁହୁର୍ତ୍ତକ ମଧ୍ୟରେ ଭାଙ୍ଗି ଦେଇଥିଲେ ।  ପ୍ରାଚୀର ଭାଙ୍ଗିବା  ସକାଶେ ଶିକ୍ଷା ବିଭାଗର ଅନୁମତି ଆଣିଛନ୍ତି କି ବୋଲି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ  ପଚାରିବାରୁ ପ୍ରାଚୀର ଭାଙ୍ଗିବା ପାଇଁ କାହାର ଅନୁମତି ଆବଶ୍ୟକ ନାହିଁ ବୋଲି ନିର୍ବାହୀ ଅଧିକାରୀ କହିଥିବା ପ୍ରଧାନ ଶିକ୍ଷକ କହିଛନ୍ତି ।  ଏ ସଂପର୍କରେ ପ୍ରଧାନ ଶିକ୍ଷକ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରତ୍ନାକର ସାହୁ ଓ ଉପ ସଭାପତି ରବିନ୍ଦ୍ର କୁମାର ସାହୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ , ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସମସ୍ତଙ୍କୁ ବିସ୍ମିତ କରିଛି । ସୂଚନାଯୋଗ୍ୟ ଯେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପାର୍କ ନିର୍ମାଣ ହେବ ବୋଲି କୁହା ଯାଉଥିଲେବି ବିଦ୍ୟାଳୟଟି ସହରର କେନ୍ଦ୍ରସ୍ଥଳରେ ଥିବାରୁ ସେଠାରେ ଦୋକାନ ଘର ତିଆରି କରି ଭଡ଼ା ଲଗାଇବା ଯୋଜନା ଥିବା ନିର୍ଭର ଯୋଗ୍ୟ ସୁତ୍ରରୁ ସୂଚନା ମିଳିଛି । ଅତୀତରେ ବିଦ୍ୟାଳୟ ପ୍ରାଚୀରକୁ ଲାଗି କିଛି ଦୋକାନ ରହିଥିଲା । ସେହିସବୁ ଦୋକାନ ରେ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ବିକ୍ରି ହେଉଥିଲା ଫଳରେ ନାନା ସମସ୍ୟା ସୃଷ୍ଟି ହେଉଥିଲା । କୋମଳମତି ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର କୁପ୍ରଭାବ ପଡୁଥିଲା । ଯଦି ପ୍ରକୃତରେ ସେଠାରେ ଦୋକାନ ଘର ତିଆରି କରି ଭଡ଼ାକୁ ଦିଆଯାଏ ତାହେଲେ ପୂର୍ବପରି ଅବସ୍ଥା ସୃଷ୍ଟି ହେବ । ଏହି କଥା ଚିନ୍ତା କରି ବିଦ୍ୟାଳୟରେ ପଢୁଥିବା ୭୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ  ବିବ୍ରତ ହୋଇ ପଡ଼ିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ କିଛି ବ୍ୟକ୍ତି ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ମନ୍ତ୍ରୀଙ୍କ ଆଚରଣରେ ନିରାଶ ହୋଇଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟଟି ପି ଏମ୍ ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଛି । ଫଳରେ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ଯୋଜନାରେ ବିଭିନ୍ନ ପ୍ରକଳ୍ପ ସାଙ୍ଗକୁ ଧନ୍ଦାମୂଳକ ଶିକ୍ଷା ନିମନ୍ତେ ବିଦ୍ୟାଳୟକୁ ଅଧିକ ଯାଗା ଓ ଜମିର ଆବଶ୍ୟକ ଥିବାବେଳେ ପୌର ପରିଷଦ ପକ୍ଷରୁ ଜବର ଦଖଲ କରାଯାଇଥିବା ପ୍ରାୟ ୫ ହଜାର ବର୍ଗଫୁଟ ବିଦ୍ୟାଳୟର ପରିସର ସଂକୁଚିତ ହୋଇଯିବା ଦ୍ବାରା ଭବିଷ୍ୟତରେ ସମସ୍ୟା ସୃଷ୍ଟି ହେବ । ଏଣୁ ପୌର ପରିଷଦ ଯଥାଶୀଘ୍ର ପୂର୍ବ ସ୍ଥାନରେ ନୂତନ ପ୍ରାଚୀର ପୁନଃ ନିର୍ମାଣ କରିବା ପାଇଁ ଦାବି ହେଉଛି । ଅନ୍ୟଥା ଅଦାଲତରେ ଆଶ୍ରୟ ନେବେ ବୋଲି କିଛି ସଚେତନ ନାଗରିକ କହିଛନ୍ତି ।

News Comment

You Might Also Like

BACK TO TOP