Breaking
News
Breaking
News
29-Jun-2026
ଖଲ୍ଲିକୋଟ ଶ୍ରୀଜଗନ୍ନାଥ ମନ୍ଦିର ରେ ଦେବସ୍ନାନ ପୁର୍ଣିମା ଓ ହାତୀବେଶ ଦାର୍ଶନ ପାଇଁ ପ୍ରବଳ ଭିଡ଼ |
ଓଡିଶା ଜନ ମତ,ଖଲ୍ଲିକୋଟ :29 /6 ,
ମାଧବ ବେହେରା,
ସବୁ ବର୍ଷ ଭଳି ଚଳିତ ବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପବିତ୍ର ଦେବସ୍ନାନ ପୁର୍ଣିମା ଅନୁଷ୍ଠିତ ହୋଇ ଯାଇଛି |ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଶ୍ରଦ୍ଧା ଓ ଭକ୍ତି ସହ ମନ୍ଦିର ପରିସରରେ ଥିବା ଦେବସ୍ନାନ ମଣ୍ଡପ ରେ ପହଂଚି ଶ୍ରୀ ଜୀଉ ମାନଙ୍କ ଗାଧୁଆ ନିତି କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା |ମଧ୍ୟ ରାତ୍ରି ରେ ଶ୍ରୀ ମାନଙ୍କୁ ସେଣା ପଟା ଲାଗିବା ପରେ ଶ୍ରୀ ଜୀଉ ମାନଙ୍କୁ ରତ୍ନ ବେଦୀ ରୁ ସ୍ନାନ ବେଦୀ କୁ ପହଣ୍ଡି ବିଜେ କରାଯାଇ ଥିଲା |ଭୋର ପାଞ୍ଚ ଘଣ୍ଟା ସମୟ ରେ ତିନି ମୂର୍ତ୍ତି ଙ୍କୁ ଆଣି ପିଣ୍ଡି ଉପରେ ରଖିବା ପରେ ମଙ୍ଗଳ ଆଳତୀ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା ନିତି ପରେ ବଳ ଦେବ ଙ୍କୁ 35 ଗରା ଓ ଜଗନ୍ନାଥ ଙ୍କୁ 33 ଗର ଓ ସୁଭଦ୍ରା ଙ୍କୁ 22 ଗରା ଓ ସୁଦେର୍ଶନ ଙ୍କୁ 18 ଗରା ସୁବାସିତ ଜଳ କୁ ଆଣି ଗାଧୁଆ କର୍ମ ଶେଷ କରାଯାଇଥିଲା |ସନ୍ଧ୍ୟା ପାଞ୍ଚ ଘଟିକା ସମୟ ରେ ଶ୍ରୀ ଜୀଉ ମାନଙ୍କୁ ହାତୀ ବେଶ ରେ ସଜା ଯାଇ ରଖାଯିବା ପରେ ଳୋକ ମାନେ ଏହୁ ଦୁର୍ଲ୍ଲଭ ଅବତାର ଦେଖିବା ପାଇଁ ମନ୍ଦିର ପରିସରରେ ପ୍ରବଳ ଭିଡ଼ ଅନୁଭୂତ ବୋଇ ଥିଲା | ବିଳମ୍ବିତ ରାତି ଶ୍ରୀ ଜୀଉ ମାନଙ୍କୁ ଅଣବସର ଘର କୁ ବିଜେ କରା ଯାଇଥିଲା |ଦେବସ୍ନାନ ମଣ୍ଡପ ରେ ଶ୍ରୀ ଜୀଉ ମାନଙ୍କୁ ଖେଚୁଡ଼ି ଭୋଗ ରେ ପୂଜା ଅର୍ଚନା ଵିଧି ପାଳନ ହୋଇଥିଲା | ( ସଂଶୋଧିତ....
BACK TO TOP