Breaking News

ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||     

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୁଜ ଙ୍କ ସାମ୍ବାଦିକ ସମ୍ମିଳନୀ |

17-Jun-2026

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ

ଓଡିଶା ଜନମତ  , ଯାଜପୁର, ୧୭/୦୬

ପ୍ରଦୀପ କୁମାର ମଲ୍ଲିକ : ----
ଯାଜପୁର ଜିଲ୍ଲାର ସମୃଦ୍ଧ ଐତିହ୍ୟକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଯାଜପୁରରେ ପର୍ଯ୍ୟଟନ ଶିଳ୍ପର ପ୍ରଚୁର ସମ୍ଭାବନା ଅଛି। ଜିଲ୍ଲାରେ ଥିବା ବୌଦ୍ଧ ଐତିହ୍ୟକୁ ୟୁନେସ୍କୋ ବିଶ୍ୱ ହେରିଟେଜ ସ୍ଥଳ ମାନ୍ୟତାରେ ସାମିଲ କରିବା ଦିଗରେ ସରକାର ପ୍ରୟାସ କରିଛନ୍ତି ବୋଲି ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଜପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ "ବିକାଶର ଧାରା, ଓଡ଼ିଶା ସାରା" ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବଡ଼ଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଗତ ଦୁଇ ବର୍ଷରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା, ସଫଳତା ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ସୁରଜ ବିସ୍ତୃତ ଭାବେ ବିବରଣୀ ପ୍ରଦାନ କରିଥିଲେ। ଏହାସହ ଅର୍ଥନୈତିକ ଅଭିବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ, ଐତିହ୍ୟ, ଭିତ୍ତିଭୂମି ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ଉଭୟ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ଏବଂ ପ୍ରକଳ୍ପ ସମ୍ବନ୍ଧରେ ସେ ସମ୍ୟକ ସୂଚନା ଉପସ୍ଥାପନ କରିଥିଲେ। ପୂର୍ବାପେକ୍ଷା ଓଡ଼ିଶାର ଜିଏସଡିପି ହାର ଏବଂ ମୁଣ୍ଡପିଛା ଆୟରେ ଅଭିବୃଦ୍ଧି ଘଟିଛି, ଯାହା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି। ଶିଳ୍ପ, ଉନ୍ନତ ଭିତ୍ତିଭୂମି ସହ ଐତିହ୍ୟକୁ ମଧ୍ୟ ବିକଶିତ କରିବାର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ କହିଥିଲେ। ସାଇନ୍ସ ଏକାଡେମୀ ପ୍ରକଳ୍ପରେ ଆଉ ମାତ୍ର ୧୦ ପ୍ରତିଶତ କାମ ବାକି ଅଛି। ଏହି କାମ ଶୀଘ୍ର ଶେଷ ହେବା ସହ ଆଗକୁ ଯାଜପୁର ଜିଲ୍ଲାରେ କଳାଗ୍ରାମର ଗୁରୁତ୍ବ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହାସହ ଜିଲ୍ଲାର ସାମଗ୍ରିକ ବିକାଶକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରକାଶିତ ମାସିକ ପତ୍ରିକା "ପ୍ରଗତି ପ୍ରବାହ" ଏବଂ ସରକାରଙ୍କ ଯୋଜନା ସମ୍ବଳିତ ସୂଚନା ପତ୍ର ବଣ୍ଟନ କରାଯାଇଥିଲା। “ବିକାଶର ଧାରା, ଓଡ଼ିଶାର ସାରା” ସଙ୍କଳ୍ପକୁ ସାକାର କରି ୨୦୩୬ ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଏବଂ ଯାଜପୁର ଜିଲ୍ଲାର ସାମଗ୍ରିକ ବିକାଶ ପ୍ରତିବଦ୍ଧତାକୁ ଏହି ଅବସରରେ ଉପସ୍ଥାପନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲାର ବିଭାଗୀୟ ଅଧିକାରୀ, ସମାଜ ସେବୀ ଦେବଯାନୀ ପ୍ରଧାନ, ସମାଜସେବୀ ଗୌତମ ରାୟ, ସମାଜସେବୀ ବବିତା ମଲ୍ଲିକ, ଉମେଶ ଜେନା ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାପାଳ ଅମ୍ବର କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP