Breaking News

ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନଶ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||     

ନାଳ ସଫେଇ ନାମରେ ଲକ୍ଷ, ଲକ୍ଷ ଟଙ୍କା ଆତ୍ମ ସାଥ କଲେ ଅସାଧୁ ବ୍ୟକ୍ତି |

16-Jun-2026

ନାଳ ସଫେଇ ନାମରେ ଲକ୍ଷ, ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ।

    ଓଡିଶା ଜନ ମତ  ବ୍ୟୁରୋ, 

 ବେଳେ ବେଳେ ଅସାଧୁ ବ୍ୟକ୍ତି ମାନେ  ବିଭିନ୍ନ କାମରେ ଅର୍ଥ ବାଟ ମରଣା କରିଥିବାର ନଜିର ଆସୁଛି | ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଧାମନଗର ବ୍ଲକ ଅଧୀନ ବୟାଙ୍ଗଡିହି ପଞ୍ଚାୟତର ଗୋଠିଣା ବିଲ ମଝିରେ ଥିବା ହାଲୋଗଣ୍ଡ-ମାହାରା ମାଟି ନାଳର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ବଡ଼ ଧରଣର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ମନରେଗା ଯୋଜନାରେ ନାଳ ସଂସ୍କାର ନାମରେ ୫ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ଦର୍ଶାଯାଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ କାମ ହୋଇନଥିବା ଅଭିଯୋଗ କରି ସ୍ଥାନୀୟ ଚାଷୀ ଓ ବିଜେପି କର୍ମୀମାନେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।ସୂଚନା ଅନୁଯାୟୀ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତତା ଆଇନ (ମନରେଗା) ଅଧୀନରେ ମଷ୍ଟର ରୋଲ୍ ନଂ-୧୧୩୬୨ ଅନୁସାରେ ଚଳିତ ବର୍ଷ ଫେବୃଆରୀ ୪ରୁ ୧୦ ତାରିଖ ମଧ୍ୟରେ “ଗୋଠିଣା ଠାରେ ହାଲୋଗଣ୍ଡରୁ ମହାରା ପର୍ଯ୍ୟନ୍ତ ମାଟି ନାଳର ପୁନରୁଦ୍ଧାର କାର୍ଯ୍ୟ” ସମ୍ପନ୍ନ ହୋଇଥିବା ରେକର୍ଡରେ ଉଲ୍ଲେଖ ରହିଛି। ପ୍ରାୟ ୨ କିଲୋମିଟର ଲମ୍ବ ବିଶିଷ୍ଟ ଏହି ନାଳର ସଂସ୍କାର ପାଇଁ ୫.୫୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। କିନ୍ତୁ ସ୍ଥାନୀୟ ଚାଷୀମାନଙ୍କ କହିବା ଅନୁଯାୟୀ, କାଗଜପତ୍ରରେ କାମ ସରିଥିବା ଦର୍ଶାଯାଇଥିଲେ ମଧ୍ୟ ନାଳରେ କୌଣସି ସଫେଇ କିମ୍ବା ଖନନ କାର୍ଯ୍ୟ ହୋଇନାହିଁ। ବର୍ତ୍ତମାନ ମଧ୍ୟ ନାଳ ପୂର୍ବଭଳି ଅବସ୍ଥାରେ ଜଙ୍ଗଲ ହୋଇ ରହିଥିବାରୁ ଆଗାମୀ ବର୍ଷା ଋତୁରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇ ଚାଷଜମି ଜଳମଗ୍ନ ହେବା ସହ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।ଉଲ୍ଲେଖଯୋଗ୍ୟ ଯେ, ଏହି ନାଳ ଉପରେ ଜାହାଙ୍ଗିର, ପୁରୁଷୋତ୍ତମପୁର, କଣ୍ଟିଦୋଳ, ବିରୁହାଁ, ପାଟୁଳି, ଫଳପୁର, ବାଘୁଆରୀ, ଆମ୍ବିଳିଗାଁ, ଗୋଠିଣା, ଭଉଁରିଆବାଙ୍କ, ଷୋଳଗାଁ ସମେତ ବହୁ ମୌଜାର ପ୍ରାୟ ୪ ହଜାର ଏକର ଚାଷଜମିର ଜଳ ନିଷ୍କାସନ ଓ ସେଚନ ବ୍ୟବସ୍ଥା ନିର୍ଭର କରିଥାଏ। ତେଣୁ ନାଳର ସଠିକ୍ ସଂସ୍କାର ନ ହେଲେ ହଜାର ହଜାର ଚାଷୀ ପ୍ରଭାବିତ ହେବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। କିନ୍ତୁ ଏହି ନାଳ ପୁନଃରୁଦ୍ଧାର ନ ହୋଇ ଟଙ୍କା ହଡ଼ପ କରାଯାଇଥିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଚାଷୀ ଚନ୍ଦ୍ରଶେଖର ମହାନ୍ତି, ସୁରଥ ଚନ୍ଦ୍ର ଖୁଣ୍ଟିଆ, ପ୍ରମୋଦ ରାଉତ, ଭଗ ବେହେରା, ସନ୍ତ ରାଉତ, ବାବୁଲା ରାଉତ, ସୁଶାନ୍ତ ଖୁଣ୍ଟିଆ, ରମେଶ ନାୟକ, ରମେଶ ରାଉତ ଓ କାଳନ୍ଦୀ ରାଉତ ପ୍ରମୁଖ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଅନିୟମିତତା ଅଭିଯୋଗ ପରେ ମନରେଗା ଯୋଜନାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାମ  ହୋଇ ନଥିବା ବେଳେ କିପରି ମାଷ୍ଟର ରୋଲ୍ ପ୍ରସ୍ତୁତ ହେଲା, କିପରି ଜବ୍ କାର୍ଡଧାରୀଙ୍କ ନାମରେ ହାଜିରା ଚଢ଼ିଲା ଏବଂ କିପରି ମଜୁରି ବାବଦ ଅର୍ଥ ପ୍ରଦାନ ହେଲା, ତାହାକୁ ନେଇ ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।ଏନେଇ ଧାମନଗର ବିଡ଼ିଓଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ।

News Comment

You Might Also Like

BACK TO TOP