Breaking News

ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||     

ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ ରେ ଆଇ ଆଇ ସିଙ୍କ ବଢୁଛି ବିବାଦ |

14-Jun-2026

ଖବର ପ୍ରସାରଣ ପରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ: କଲ୍ୟାଣସିଂହପୁର ଆଇଆଇସିଙ୍କୁ ନେଇ ବଢ଼ୁଛି ବିବାଦ |
ଓଡ଼ିଶା ଜନମତ, ରାୟଗଡ଼ା, ୧୪/୦୬,

କାମେଶ୍ୱର କରକରିଆ :------
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଆଇଆଇସି କଳ୍ପନା ବେହେରାଙ୍କୁ କେନ୍ଦ୍ର କରି ପୁଣି ଏକ ବିବାଦ ସାମ୍ନାକୁ ଆସିଛି। ଥାନା ସମ୍ମୁଖରେ ଘଟିଥିବା ଉତ୍ତେଜନା ଏବଂ ଗ୍ରାମବାସୀଙ୍କ ଅସନ୍ତୋଷ ସମ୍ପର୍କିତ ଖବର ପ୍ରସାରଣ ପରେ ସେ କିଛି ସାମ୍ବାଦିକଙ୍କୁ ଡାକି ସର୍ବସାଧାରଣ ସ୍ଥାନରେ ଦୁର୍ବ୍ୟବହାର ଓ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଶନିବାର ଅପରାହ୍ନରେ ଆଇଆଇସି କଳ୍ପନା ବେହେରା କିଛି ସାମ୍ବାଦିକଙ୍କୁ ଖୋଜି ବଜାର ଅଞ୍ଚଳକୁ ଆସିଥିଲେ ଏବଂ ସେଠାରେ ସର୍ବସାଧାରଣଙ୍କ ଉପସ୍ଥିତିରେ ଅପମାନଜନକ ଭାଷା ବ୍ୟବହାର କରିଥିବା କୁହାଯାଉଛି। ଏହାକୁ ନେଇ ସାମ୍ବାଦିକ ମହଳରେ ଅସନ୍ତୋଷ ଦେଖାଦେଇଛି।ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଶିଖରପାଇ ଅଞ୍ଚଳର କିଛି ଗ୍ରାମବାସୀ ଥାନା ଆଇଆଇସିଙ୍କ ବ୍ୟବହାରକୁ ନେଇ ଥାନା ସମ୍ମୁଖରେ ପ୍ରତିବାଦ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ରାୟଗଡ଼ା ଏସଡିପିଓ ଗୌରହରି ସାହୁ ଓ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଶେଷରେ ଆଇଆଇସି କଳ୍ପନା ବେହେରା କ୍ଷମା ପ୍ରାର୍ଥନା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ତେବେ ଏହି ଘଟଣା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ପୁଣି ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ଘଟଣାକୁ ଆହୁରି ଗୁରୁତର କରିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢ଼ିଥିବା ବେଳେ ପୋଲିସ ଓ ସାଧାରଣ ଜନତାଙ୍କ ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅଭିଯୋଗ ଯେ, ଥାନାକୁ ନ୍ୟାୟ ଓ ସହାୟତା ପାଇଁ ଯାଉଥିବା ସାଧାରଣ ଲୋକଙ୍କ ସହ ଶାଳୀନ ଓ ସଂଯମୀ ବ୍ୟବହାର କରିବା ପୋଲିସର ଦାୟିତ୍ୱ। କିନ୍ତୁ ବାରମ୍ବାର ଦୁର୍ବ୍ୟବହାର ଅଭିଯୋଗ ଆସିବା ଫଳରେ ଲୋକଙ୍କ ମନରେ ଅସନ୍ତୋଷ ଓ ଭୟ ସୃଷ୍ଟି ହେଉଛି। ଏହି ପ୍ରସଙ୍ଗରେ ଏସଡିପିଓ ଗୌରହରି ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ ଘଟଣା ସମ୍ପର୍କରେ ସେ ଅବଗତ ହେଉଛନ୍ତି ଏବଂ ବିଷୟଟିକୁ ଅନୁଧ୍ୟାନ କରାଯିବ। ତେବେ ଘଟଣାକୁ ନେଇ ପୋଲିସ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ସରକାରୀ ପ୍ରତିକ୍ରିୟା ମିଳିନାହିଁ। ଘଟଣାଟି ବର୍ତ୍ତମାନ କଲ୍ୟାଣସିଂହପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଜିଲ୍ଲା ପୋଲିସ ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

News Comment

You Might Also Like

BACK TO TOP