Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ଶ୍ରମିକ ବଦଳରେ ମିସିନ ଓ ଟ୍ରାକ୍ଟର ରେ ଚାଲିଛି ସରକାର ଙ୍କ ଭି ବି ଜି ରାମ ଜି କାମ |

12-Jun-2026

 ନୂଆପଡା ମଖା ପଦରଗାଁରେ ଭି ବି ଜି  ରାମ  ଜି କାମ ଶ୍ରମିକ ବଦଳରେ ଚାଲିଛି ଟ୍ରାକ୍ଟର ରେ, 

ଓଡିଶା ଜନ ମତ  ବ୍ୟୁରୋ,  

ସରକାର ଶ୍ରମିକ ମାନଙ୍କ ରୋଜଗାର ନିମନ୍ତେ ତିଆରି କରିଛନ୍ତି ବିଭିନ୍ନ ଯୋଜନା | ତେବେ ସେହି ଯୋଜନା ଠିକ ଭାବେ କାମ ହେଉ ନଥିବାର ଏବଂ ଅସାଧୁ କର୍ମଚାରୀ ଙ୍କ ସଲା ସୁତୁରାରେ ବହୁତ ବେଆଇନଏବ ଦୁର୍ନୀତ  କାର୍ଯ୍ୟ ହେଉଥିବାର ସଂଗୀନ ଅଭିଯୋଗ ଆଣିଛନ୍ତି ନୂଆପଡ଼ା ମଖାପଦର ପଞ୍ଚାୟତର  ଗ୍ରାମବାସୀ ମାନେ |ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମ ପଞ୍ଚାୟତର ଲିଆଡ଼ ଗ୍ରାମରେ ଚାଲିଥିବା ( ଭି ବି ଜି ରାମ ଜି )ଓ ସିଏଫସି ପାଣ୍ଠିର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ସରକାରୀ ନିୟମାବଳୀକୁ ଅବହେଳା କରି ସୂଚନା ଫଳକ ବିନା ଲକ୍ଷ ଲକ୍ଷ ଟଙ୍କାର କାମ ଚାଲିଥିବା ବେଳେ ଗୋଟିଏ ପ୍ରକଳ୍ପର ମାଟିକୁ ଅନ୍ୟ ପ୍ରକଳ୍ପରେ ବ୍ୟବହାର କରାଯାଉଥିବା ଏବଂ ଶ୍ରମିକଙ୍କ ବଦଳରେ ଟ୍ରାକ୍ଟର ବ୍ୟବହାର ହେଉଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, କପରମାଲ ଛକରୁ ଡୋଙ୍ଗରମୁଣ୍ଡା ରାସ୍ତା ପର୍ଯ୍ୟନ୍ତ ମନରେଗା ଯୋଜନାରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା କାମ ଚାଲିଛି। ଏହି କାର୍ଯ୍ୟରେ ଗାଁ ସାଥୀ ଭାବେ କ୍ଷୀରସାଗର ମାଝୀ କାର୍ଯ୍ୟ କରୁଥିବା ବେଳେ, ଲିଆଡ଼ ବଡ଼ ବନ୍ଧର ଖନନ ଓ ଉନ୍ନତିକରଣ କାର୍ଯ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟରେ ଚାଲିଛି। ସେହିପରି ଗାଡୁଆଲ ଓ ଗାଧୁଆ ଟୁଥ ବନ୍ଧ ଭିତରେ ସିଏଫସି ପାଣ୍ଠିରୁ ପ୍ରାୟ ୪ ଲକ୍ଷ ଟଙ୍କାର କାର୍ଯ୍ୟ ମଧ୍ୟ ଚାଲିଛି, ଯେଉଁଥିରେ ଗାଁ ସାଥୀ ଭାବେ ଚିତ୍ତରଞ୍ଜନ ପଣ୍ଡା ଦାୟିତ୍ୱରେ ଥିବା ସୂଚନା ମିଳିଛି।ଅଭିଯୋଗ ହୋଇଛି ଯେ, ଏହି ସମସ୍ତ କାର୍ଯ୍ୟସ୍ଥଳରେ ସରକାରୀ ନିୟମ ଅନୁଯାୟୀ ଲଗାଯିବାକୁ ଥିବା ସୂଚନା ଫଳକ (ସାଇନବୋର୍ଡ) ଲଗାଯାଇନାହିଁ। ନିୟମ ଅନୁଯାୟୀ ପ୍ରକଳ୍ପର ନାମ, ବ୍ୟୟ ଅଟକଳ, କାର୍ଯ୍ୟ ଅବଧି, ଶ୍ରମଦିବସ ସଂଖ୍ୟା ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିବରଣୀ ସାର୍ବଜନୀନ ଭାବରେ ପ୍ରଦର୍ଶିତ ହେବା କଥା। କିନ୍ତୁ ଏଠାରେ ସେହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବାରୁ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି।ଗ୍ରାମବାସୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ଲିଆଡ଼ ବଡ଼ ବନ୍ଧ ଖନନ ସମୟରେ ବାହାରୁଥିବା ମାଟିକୁ ନିୟମ ଅନୁଯାୟୀ ବନ୍ଧର ହୁଡ଼ା ଉପରେ ପକାଇ ବନ୍ଧକୁ ସୁଦୃଢ଼ କରିବା କଥା। କିନ୍ତୁ ସେହି ମାଟିକୁ ଟ୍ରାକ୍ଟର ଯୋଗେ ପରିବହନ କରାଯାଇ କପରମାଲ ଛକରୁ ଡୋଙ୍ଗରମୁଣ୍ଡା ପର୍ଯ୍ୟନ୍ତ ଚାଲିଥିବା ୧୦ ଲକ୍ଷ ଟଙ୍କାର ରାସ୍ତା କାମରେ ପକାଯାଉଥିବା ଅଭିଯୋଗ ହୋଇଛି। ଫଳରେ ବନ୍ଧ କାମର ଗୁଣବତ୍ତା ଏବଂ ରାସ୍ତା କାମର ପ୍ରକୃତ ବ୍ୟୟକୁ ନେଇ ପ୍ରଶ୍ନ ଉଠିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ଯୋଗାଇବା। କିନ୍ତୁ ଏଠାରେ ଶ୍ରମିକଙ୍କ ଦ୍ୱାରା କାମ କରାଯିବା ବଦଳରେ ଟ୍ରାକ୍ଟର ବ୍ୟବହାର କରି ମାଟି ପରିବହନ କରାଯାଉଥିବା ଅଭିଯୋଗ ଶ୍ରମିକମାନଙ୍କ ହକକୁ କ୍ଷୁଣ୍ଣ କରୁଛି। ଯଦି ଏହି ଅଭିଯୋଗ ସତ୍ୟ ହୁଏ, ତେବେ ଏହା ମନରେଗା ନିୟମାବଳୀର ଉଲ୍ଲଂଘନ ସହ ସରକାରୀ ପାଣ୍ଠିର ସଠିକ୍ ବ୍ୟବହାରକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି।ଏହାଛଡ଼ା କାର୍ଯ୍ୟସ୍ଥଳରେ ଗାଁ ସାଥୀଙ୍କ ସ୍ୱାମୀଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଗ୍ରାମବାସୀଙ୍କ ଦାବି ଅନୁଯାୟୀ, ଗାଁ ସାଥୀଙ୍କ ସ୍ୱାମୀ ଶ୍ରୀ ମାଝୀ ନିୟମିତ ଭାବରେ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି କାମର ତଦାରଖ କରୁଥିବା ଦେଖାଯାଉଛନ୍ତି। ଏ ସମ୍ପର୍କିତ ଫଟୋ ଓ ଭିଡିଓ ସ୍ଥାନୀୟ ଲୋକଙ୍କ ପାଖରେ ଥିବା ଦାବି କରାଯାଉଛି। ତେବେ ସେ କେଉଁ ଅଧିକାର ବଳରେ କିମ୍ବା କେଉଁ ଦାୟିତ୍ୱରେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉକ୍ତ କାର୍ଯ୍ୟଗୁଡ଼ିକର ତଦାରଖ ଦାୟିତ୍ୱରେ ପିଇଓ କ୍ଷେମ ସାଗର ସାହୁ ଏବଂ ବୈଷୟିକ ଦାୟିତ୍ୱରେ ଜେଇ ସଂଗ୍ରାମ କେଶରୀ ପରିଡା ରହିଥିବା ବେଳେ, ଏତେ ବଡ଼ ଧରଣର କାର୍ଯ୍ୟରେ ସୂଚନା ଫଳକ ନଥିବା, ବନ୍ଧର ମାଟିକୁ ରାସ୍ତାରେ ବ୍ୟବହାର କରାଯିବା ଏବଂ ଶ୍ରମିକଙ୍କ ପରିବର୍ତ୍ତେ ଟ୍ରାକ୍ଟର ବ୍ୟବହାର ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ପ୍ରଶାସନ ଦେବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।ଗ୍ରାମର ସଚେତନ ନାଗରିକମାନଙ୍କ ମତରେ, ମନରେଗା ଓ ସିଏଫସି ଭଳି ଜନକଲ୍ୟାଣ କାରୀ ଯୋଜନାରେ ସ୍ୱଚ୍ଛତା ଓ ଜବାବଦେହିତା ରହିବା ଅତ୍ୟନ୍ତ ଜରୁରୀ। ତେଣୁ ଜିଲ୍ଲାପାଳ, ପିଡି-ଡିଆରଡିଏ, ସିନାପାଲି ବିଡିଓ ଓ ମନରେଗା ବିଭାଗର ଉଚ୍ଚ ପଦାଧିକାରୀମାନେ ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବା ସହ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଦାୟୀ ଅଧିକାରୀ, କର୍ମଚାରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥା ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

News Comment

You Might Also Like

BACK TO TOP