Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||     

ତିନିମାସ ହେଲା ଭତ୍ତା ଟଙ୍କା ମିଳିନଥିବାରୁ ଭୋକ ଉପାସରେ ଦିନ କାଟୁଛନ୍ତି ବିଧବା ବୃଦ୍ଧା ||

01-Jun-2026

୩ ମାସ ହେଲା ମିଳୁନି ଭତ୍ତା, ଭୋକ ଓ ଅନିଶ୍ଚିତତାରେ ଦିନ କାଟୁଛନ୍ତି ବିଧବା ବୃଦ୍ଧା
ଓଡିଶା ଜନମତ ରାୟଗଡା , ୦୧/୦୬,

କାମେଶ୍ୱର କରକରିଆ :-----

ସରକାର ଗରିବ, ବୃଦ୍ଧ, ବିଧବା ଓ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରୁଥିବା ବେଳେ, ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳର ପାର୍ସାଲି ପଞ୍ଚାୟତର କୃଷମୁହିଁ ଗ୍ରାମର ବିଧବା ବୃଦ୍ଧା ବାଙ୍ଗାରି କୃଷିକାଙ୍କ ଦୁଃଖଭରା କାହାଣୀ ସେହି ଯୋଜନାର ବାସ୍ତବ ଚିତ୍ରକୁ ପଦାର୍ପଣ କରିଛି। ବାଙ୍ଗାରି କୃଷିକା କହିଛନ୍ତି ଯେ, ସେ ପୂର୍ବରୁ ନିୟମିତ ଭାବେ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ଏବଂ ସେହି ଟଙ୍କାରେ ତାଙ୍କ ଦୈନନ୍ଦିନ ଜୀବନ କଷ୍ଟେମଷ୍ଟେ ଚାଲୁଥିଲା। କିନ୍ତୁ ଗତ ତିନି ମାସ ହେଲା ତାଙ୍କ ଖାତାକୁ ଭତ୍ତା ଆସୁନଥିବାରୁ ସେ ଚରମ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ସରକାରୀ ଭତ୍ତା ହିଁ ତାଙ୍କର ଏକମାତ୍ର ଭରସା ଥିଲା। ବର୍ତ୍ତମାନ ଭତ୍ତା ବନ୍ଦ ହୋଇଯିବାରୁ ତାଙ୍କ ସାମ୍ନାରେ ଖାଦ୍ୟ ଓ ଜୀବିକାର ଗୁରୁତର ସଙ୍କଟ ସୃଷ୍ଟି ହୋଇଛି। ମୁଁ ଜଣେ ବିଧବା ବୃଦ୍ଧା। କାହାକୁ କହିବି? କଣ ଖାଇବି? କେମିତି ଚଳିବି? ଭତ୍ତା ଟଙ୍କାରେ ମୋର ପେଟ ପୋଷା ହେଉଥିଲା। ଏବେ ତିନି ମାସ ହେଲା କିଛି ମିଳୁନାହିଁ। ମୋ ଅବସ୍ଥା ବହୁତ ଦୟନୀୟ,ବୋଲି କୋହଭରା କଣ୍ଠରେ କହିଛନ୍ତି ବାଙ୍ଗାରି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କେବଳ ବାଙ୍ଗାରି ନୁହେଁ, ପାର୍ସାଲି ପଞ୍ଚାୟତ ସହ ସମଗ୍ର କଲ୍ୟାଣସିଂହପୁର ବ୍ଲକର ଅନେକ ବୃଦ୍ଧ, ବିଧବା, ଅବିବାହିତା ମହିଳା ଓ ଅସହାୟ ବ୍ୟକ୍ତି ସାମାଜିକ ସୁରକ୍ଷା ଭତ୍ତାରୁ ବଞ୍ଚିତ ରହିଛନ୍ତି। ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଓ ସମ୍ପୃକ୍ତ ବିଭାଗକୁ ଯାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି। ଏନେଇ କଲ୍ୟାଣସିଂହପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂଙ୍କୁ ପଚାରିବାରୁ ସେ କହିଥିଲେ ଉପରୁ ଯେତିକି ଟାର୍ଗେଟ ଆସୁଛି ସେହି ଅନୁଯାୟୀ ଭତ୍ତା ପ୍ରଦାନ କରାଯାଉଛି। ବର୍ତ୍ତମାନ ନୂଆ ଟାର୍ଗେଟ ନାହିଁ। ଟାର୍ଗେଟ ଆସିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ପ୍ରଶ୍ନ ଉଠୁଛି, ସାମାଜିକ ସୁରକ୍ଷା ଯୋଜନାର ମୂଳ ଉଦ୍ଦେଶ୍ୟ ଯଦି ଅସହାୟ ଲୋକଙ୍କୁ ସୁରକ୍ଷା ଦେବା। ତେବେ କେବଳ ‘ଟାର୍ଗେଟ’ ଅଭାବ ଦର୍ଶାଇ ବୃଦ୍ଧ, ବିଧବା ଓ ଅସହାୟଙ୍କୁ ମାସ ମାସ ଧରି ଭତ୍ତାରୁ ବଞ୍ଚିତ ରଖିବା କେତେ ଯୁକ୍ତିସଙ୍ଗତ? ଯେଉଁ ଯୋଜନା ଗରିବଙ୍କ ମୁହଁରେ ଦାନା ଦେବା ପାଇଁ, ସେହି ଯୋଜନାର ଅବହେଳା ଆଜି ଅନେକ ପରିବାରକୁ ଭୋକ ଓ ଅନିଶ୍ଚିତତା ମଧ୍ୟରେ ଠେଲି ଦେଇଛି। ନିୟମଗିରି ପରି ଦୁର୍ଗମ ଅଞ୍ଚଳରେ ଜଣେ ବିଧବା ବୃଦ୍ଧା ଯେତେବେଳେ ତିନି ମାସ ଧରି ଭତ୍ତା ପାଇଁ ଅପେକ୍ଷା କରୁଛନ୍ତି, ସେତେବେଳେ ସରକାରୀ ବ୍ୟବସ୍ଥାର ସମ୍ବେଦନଶୀଳତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ବଞ୍ଚିତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

News Comment

You Might Also Like

BACK TO TOP