Breaking News

ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||     

ସିଂହାସିନୀ ଭୋଜି ଖାଇବା ହେଲା କାଳ,ବସ ଧକ୍କାରେ ଅଟୋରେ ଥିବା 6ମୃତ, 6ଆହାତ |||

22-May-2026

ସିଂହାସନି କୁ ଭୋଜି ଖାଇବାକୁ ଯିବା ହେଲା କାଳ,  ଅଟୋ କୁ ଧକ୍କା ଦେଲା ଯାତ୍ରୀବାହି ବସ,6 ମୃତ, 6 ଗୁରୁତର, ବସ ଡ୍ରାଇଭର ଫେରାର, ହେଲ୍ପର ଗାଡି ନେଇ ଥାନାରେ ହାଜର

 ଓଡିଶା ଜନ ମତ,ବେଗୁନିଆପଡା  ସୂର୍ଯ୍ୟ ନାରାୟଣ ବଡୁ :----

-ଆଉ କିଛିସମୟ ପରେ ପରିବାର ରେ ହୋଇଥାନ୍ତା ଖୁସି ର ମାହୋଲ, ଶକ୍ତିପୀଠ ମା ସିଂହାସନି ଙ୍କ ପୀଠରେ ପରିବାର ସଦସ୍ୟ ଙ୍କ ମୁଣ୍ଡନ ସହିତ ଭୋଜି ଖାଇବା ମଜା ମିଳିଥାନ୍ତା, କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ! ଆଉ ମାତ୍ର କିଛି ମିନଟ ବ୍ୟବଧାନ ରେ ପହଞ୍ଚି ଥାନ୍ତେ ଗନ୍ତବ୍ୟ ସ୍ଥଳରେ, ହଠାତ ଆଖି ପିଛୁଳାକେ ସବୁ କିଛି ଏପଟ ସେପଟ ହୋଇଗଲା..... ଆର ପାରିକୁ ଚାଲିଗଲେ 6 ସଦସ୍ୟ....... ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା  ଲଡକାପଲ୍ଲୀ ଛକରେ ଏକ ଯାତ୍ରୀବାହି ବସ ଗୋଟିଏ ଯାତ୍ରୀବାହି ଅଟୋ କୁ ଧକ୍କାଦେବା ଫଳରେ ଅଟୋରେ ବସିଥିବା 6 ଜଣଙ୍କ  ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ହୋଇଥିବା ଜଣାପଡିଛି ।ପ୍ରତ୍ୟକ୍ଷ୍ୟ ଦର୍ଶୀ ଙ୍କ ସୂଚନା ଅନୁଯାୟୀ ଗୋଟିଏ ଯାତ୍ରୀବାହୀ ଅଟୋ ବ୍ରହ୍ମପୁର ନିକଟ ସୋରଳ ରୋଡ୍ ଏରେଣ୍ଡ୍ରା ରୁ କୋଦଳା ନିକଟ ଶକ୍ତିପୀଠ ସିଂହାସନୀ କୁ ଏକ ମୁଣ୍ଡନ ଭୋଜି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିବା ବେଳେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀ ବୁଲାଣି ରାସ୍ତା ଠାରେ ଡାଇମଣ୍ଡ ନାମକ ଏକ ଯାତ୍ରୀବାହି ବସ୍ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ସମ୍ପୂର୍ଣ ଲୋଚାହୋଇ ବିଲମଧ୍ୟକୁ ଖସିପଡ଼ିଥିଲା, ସେଠାରେ ଉପସ୍ଥିତ ଲୋକେ ଦମକଳ, ଆମ୍ବୁଲାନ୍ସ ଓ ପୋଲିସ କର୍ମଚାରୀଙ୍କୁ ଖବର ଦେବାପରେ  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ପୋଲିସ କର୍ମଚାରୀ ପହଞ୍ଚି ଆହତଙ୍କୁ କଟର ସାହାଯ୍ୟ ରେ ଅଟୋ ରୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ  6 ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ୨ ନାବାଳିକା ରହିଥିବା ବେଳେ ଗୁରୁତର ଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ସୂଚନା ମିଳିଛି। ନାବାଳିକା ୨ ଜଣଙ୍କ ବୟସ ୧୦ ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ମୃତକ ମାନେ ହେଲେ କିରଣ ବେହେରା (୧୦) ସନି ବେହେରା (୧୨) ନୀଳା ବେହେରା (୫୦) ନାରସୁ ବେହେରା (୪୩) ରତନୀ ବେହେରା (୪୦) ମଲ୍ଲି ବେହେରା (୭୫)।ଗୁରୁତର ମାନେ ହେଲେ ଅଳକା ବେହେରା (୧୭) କନକ ବେହେରା (୬୦) ଭାଗ୍ଯ ବେହେରା (୫୫) ଝିଲି ବେହେରା (୪୦), ଗୀତାଞ୍ଜଳି ବେହେରା ଓ ଅଟୋ ଡ୍ରାଇଭର ବାବୁ ପ୍ରଧାନ । ଏହି ମର୍ମଦୂତ ହୃଦୟ ବିଦାରକ ଖବର ପାଇ ସ୍ଥାନୀୟ ଜନସାଧାରଣ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୁଣ୍ଡ ହୋଇଥିବା ବେଳେ ପୁରୁଷୋତ୍ତମପୁର ଏସଡିଓ ସୁଜିତ୍ କୁମାର ନାୟକଙ୍କ ସମେତ କୋଦଳା ଓ ପୁରୁଷୋତ୍ତମପୁର ପୋଲିସ କର୍ମଚାରୀ  ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ପୁରୁଷତ୍ତମପୁର ଥାନାରେ ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରାଯାଇଥୁବା ନେଇ ଏସ୍ଡ଼ିପିଓ ପ୍ରକାଶ କରିଛନ୍ତି କାହିଁକି ଏବଂ କେମିତି ଏହି ଦୁର୍ଘଟଣା ଘଟିଲା ତାର ତଦନ୍ତ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି,

News Comment

You Might Also Like

BACK TO TOP