Breaking
News
Breaking
News
25-Dec-2024
କାଜାଖସ୍ଥାନ ରେ ଜରୁରୀ ବିମାନ ଅବତରଣ ବେଳେ ତଳେ ପଡି ବିମାନ, ୪୨ ମୃତ,
ଓଡିଶା ଜନମତ ବ୍ୟୁରୋ,
ବାକୁ, ୨୫୧୨: କାଜାଖସ୍ତାନରେ ଅକତାଉ ସହରରେ ବୁଧବାର ଏକ ବିମାନଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪୨ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ପାଇଲଟ ଜରୁରୀ ଅବତରଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ଅବତରଣ ପୂର୍ବରୁ ବିମାନଟି ରନୱେରେ ଖସିପଡ଼ିଥିଲା। ଏହା ପରେ ସେଥିରେ ନିଆଁ ଲାଗିଯାଇ ଥିଲା। ବିମାନରେ ୬୨ ଯାତ୍ରୀ ଏବଂ ୫ କର୍ମଚାରୀଙ୍କୁ ମିଶାଇ ମୋଟ ୬୭ ଜଣ ଥିଲେ। ଆଜରବାଇଜାନ ଏୟାର ଲାଇନ୍ସର ଏହି ବିମାନଟି ବକୁରୁ ରୁଷର ଗ୍ରୋଜନୀ ସହରକୁ ଉଡ଼ାଣ କରୁଥିଲା। ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ କାଜାଖସ୍ତାନର ଅକତାଉ ସହରରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଅନୁମତି ପରେ ପରେ ପାଇଲଟ ବିମାନକୁ ଅବତରଣ କରାଇବାକୁ ଉଦ୍ୟମ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ୬୭ ଜଣଙ୍କ ମଧ୍ୟରୁ ୪୨ ଜଣ ପ୍ରାଣ ହରାଇଥିବାବେଳେ ୨୫ ଜଣ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
BACK TO TOP