Breaking
News
Breaking
News
15-Jun-2026
ପୁଅ ହାତରେ ଲିଭିଗଲା ପିତା ର ଜୀବନ ଦୀପ,
ଓଡିଶା ଜନ ମତ ବ୍ରହ୍ମପୁର,
କୈଳାଶ ଚନ୍ଦ୍ର ଚୌଧୁରୀ :------
ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ତୋଟା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ପାରିବାରିକ ଓ ସମ୍ପତ୍ତି ଭାଗବଣ୍ଟା ଅଶାନ୍ତ କୁ ନେଇ ପୁଅ ଟୁକୁ ମହାନ୍ତି ପିତା ଶରତ ମହାନ୍ତି ଙ୍କୁ ଏକ କାଠ ଫାଳିଆ ରେ ନିର୍ଘାତ ମାଡ଼ ମାରିଥିଲା, ଯାହା ଫଳରେ ପିତା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ଶରତ ମହାନ୍ତି ପରିବାର ସହ ତୋଟା ସାହିରେ ବାସ କରୁଥିଲେ ଓ ବଡ ପୁଅ ସମ୍ପତି ପାଇଁ ପିତା ସହ ଅନେକ ଥର ଗଣ୍ଡଗୋଳ କରୁଥିଲା। ଗତକାଲି ସନ୍ଧ୍ୟାରେ ହଠାତ୍ ଆସି ପିତା ସହ ପାଟିତୁଣ୍ଡ କରି ଏକ କାଠଫାଳିଆ ରେ ଆକ୍ରମଣ କରିଥିଲା। ଫଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
BACK TO TOP