Breaking News

ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||     

ଅବ୍ୟବସ୍ଥା ଭିତରେ ଚାଲିଛି ରୋଗୀସେବା ଢେଙ୍କାନାଳ ବଡ଼ ମେଡିକାଲ ରେ |

14-Jun-2026

 ବହୁ ଅବ୍ୟବସ୍ଥା ଭିତରେ  ଚାଲିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ  |

ଓଡିଶା ଜନ ମତ ବ୍ୟୁରୋ , 
ବହୁ ଅବ୍ୟବସ୍ଥା  ଭିତରେ  ରୋଗୀଙ୍ଗ ଚିକିତ୍ସା ସେବା ଚାଲିଛି ଢେଙ୍କାନାଳ ର ବହୁତ  କୋଠା ରେ ପରିପୂର୍ଣ୍ଣ  ମେଡିକାଲ ରେ  | କେବଳରୋଗୀଙ୍କ  ଠାକୁରଙ୍କ ସାହା ଭରସାରେ ଚାଲିଛ ରୋଗ ସେବ || ଢେଙ୍କାନାଳର ବହୁତଳ କୋଠା ବିଶିଷ୍ଟ ମୁଖ୍ୟ ଡାକ୍ତରଖାନା ଠାକୁର ଭରସାରେ ରହିବା ଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି। କୋଟିକୋଟି ଟଙ୍କା ବ୍ୟୟରେ ବିଭିନ୍ନ ଅତ୍ୟାଧୁନିକ ସରଞ୍ଜାମ ସହ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇଦେବା ପାଇଁ ନିର୍ମିତ ସାତମହଲା ବିଶିଷ୍ଟ ଏହି ଡାକ୍ତରଖାନା ଅନେକ ଅବ୍ୟବସ୍ଥା ଓ ସମସ୍ୟା ଭିତରେ ଚାଲିଛି। ଏଠାରେ ସବୁଥାଇ କିଛିନଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଡ଼ାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନାହାଁନ୍ତି। କେଉଁଠି ଶୌଚାଳୟ କାମ କରୁନଥିବା ବେଳେ କେଉଁଠି ଉପଯୁକ୍ତ ଶଯ୍ୟା ନାହିଁ। ଆଉଟଡୋରରେ ରୋଗୀମାନେ ଧାଡିରେ ଘଣ୍ଟା ଘଣ୍ଟା ଛିଡା ହୋଇ ଅନ୍ୟ ଉପାୟ ନପାଇ ଅନେକ ସମୟରେ ଫେରି ଯାଉଛନ୍ତି। ବିଭିନ୍ନ ବିଭାଗରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ଭିଜିଟରେ ସକାଳେ ଥରେ ଓ ସନ୍ଧ୍ୟାରେ ଥରେ ଡାକ୍ତର ଆସି ନିଜର କାମ ସାରୁଛନ୍ତି। ବାକି ସମୟତକ ରୋଗୀର ଜୀବନ ତାଲିମପ୍ରାପ୍ତ ନର୍ସଙ୍କ ହାତରେ ବନ୍ଧା। ସେମାନଙ୍କୁ ମାର୍ଗଦର୍ଶନ କରିବାକୁ ଜଣେ ଅଧେ ଅଭି ଅଭିଜ୍ଞ ନର୍ସ ଚାମ୍ବରରେ ହିଁ ବସି ରହିଥାନ୍ତି। ଚିକିତ୍ସା ସମୟରେ ରୋଗୀ ଚାର୍ଟ ହେଉନଥିବା ଯୋଗୁଁ ରୋଗୀ କେତେବେଳେ କେଉଁ ଔଷଧ ଅବା ଇଞ୍ଜେକସନ ନେଇଛନ୍ତି ତା`ର ରେକର୍ଡ ଡାକ୍ତର କିମ୍ବା ନର୍ସମାନଙ୍କ ପାଖରେ ରହୁନି। ସିଫ୍ଟରେ ଆସୁଥିବା ନର୍ସମାନେ ରୋଗୀଙ୍କୁ କେଉଁ ମେଡ଼ିସିନ ଓ କେତୋଟି ସାଲାଇନ ଲାଗିଛି ସେ ସମ୍ପର୍କରେ ରୋଗ ରୋଗୀଙ୍କୁ ପଚାରୁଛନ୍ତି। ଏହିଭଳି ବ୍ୟତିକ୍ରମ ଯୋଗୁଁ କିଛିଦିନ ତଳେ ଜ୍ଵରରେ ପୀଡିତ ହୋଇ ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ଏକ ୪ ବର୍ଷର ଶିଶୁ କନ୍ୟାର ଭୂଲ ଇଞ୍ଜେକସନ ଯୋଗୁଁ ପ୍ରାଣ ଚାଲି ଯାଇଥିବା ଭଳି ଅଭିଯୋଗ ଆସିଥିଲା। ଜରୁରୀ ପରିଦର୍ଶନ ଜଣେ ମଧ୍ୟ ଡାକ୍ତର ରହୁ ନାହାଁନ୍ତି। ରାତିରେ ଆସୁଥିବା ରୋଗୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ଚିହ୍ନା ପରିଚୟ ନଥିଲେ ରାତିରେ ଡାକ୍ତରଖାନାର କୌଣସି କର୍ମଚାରୀ ରୋଗୀ ଅବା ସେମାନଙ୍କ ସମ୍ପର୍କୀୟଙ୍କ ମୁହଁକୁ ଚାହୁଁ ନାହାନ୍ତି। ପୂର୍ବରୁ ଏସଏନସିୟୁ ବିଭାଗରେ ଚଟାଣ ଓ କାନ୍ଥରେ ଲାଗିଥିବା କିଛି ଟାଇଲ ବ୍ଲାଷ୍ଟ ହୋଇ ଏକ ପ୍ରକାର ଭୟଙ୍କର ଶବ୍ଦ କରିଥିବା ବେଳେ ରୋଗୀ ତଥା ସମ୍ପର୍କୀୟମାନେ ଭୂମିକମ୍ପ ଅବା ବୋମା ଭୟରେ ନିଜ ଛୁଆଙ୍କୁ ଧରି ସିଡି ବାଟ ଦେଇ ତଳକୁ ଦୌଡି ଆସିଥିଲେ। ଯଦିଓ ସେଭଳି ବଡ ଧରଣର ଅଘଟଣ ଘଟି ନଥିଲା। ଡାକ୍ତରଖାନାର ନିୟମିତ ରକ୍ଷଣାବେକ୍ଷଣ ଓ ମରାମତି କାମ ସଠିକ ଭାବରେ ହେଉନି। ଏପଟେ ଡାକ୍ତରଖାନାର ମୁଖ୍ୟ ବିଭାଗକୁ ଯିବାକୁ ଥିବା କାଓକ୍ୟାଚର ଓ ବିଭିନ୍ନ ସ୍ଥାନରେ ଡ୍ରେନ ଉପରେ ପଡ଼ିଥିବା ସିମେଣ୍ଟ ସ୍ଥାବ ଭାଙ୍ଗି ଗଲାଣି। ଡ୍ରେନ ଭିତରେ ପାଣି ନିଷ୍କାସନ ହୋଇପାରୁ ନଥିବାରୁ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ପ୍ରାୟ ସମୟରେ ବିଭିନ୍ନ ୱାର୍ଡରେ ଜଳାଭାବ ଲାଗି ରହୁଛି। ଅନେକ ସମୟରେ ବିଦ୍ୟୁତ ସମସ୍ୟା ରୋଗୀଙ୍କୁ କଲବଲ କରୁଛି। ବାଧ୍ଯ ହୋଇ ରୋଗୀମାନେ ଘରୁ କିମ୍ବା ବାହାରୁ ପାଣି ଆଣୁଛନ୍ତି। ବିଭିନ୍ନ ବିଭାଗର ଡ଼ାକ୍ତରମାନେ ଘରୋଇ କ୍ଲିନିକରେ ବ୍ୟସ୍ତ ରହୁଛନ୍ତି। ଔଷଧ ବିଭାଗରେ ଡାକ୍ତର ଲେଖିଥିବା ଔଷଧ ସରି ଯାଇଥିବା ଫାର୍ମାସିଷ୍ଟମାନେ କହୁଥିବା ବେଳେ ପରିସରରେ ଲାବ ଟେଷ୍ଟି ପାଇଁ ସେଭଳି କିଛି ବିଶେଷ ସୁବିଧା ନାହିଁ। ରକ୍ତ ଭଣ୍ଡାରରେ ହଜାର ହଜାର ୟୁନିଟ ରକ୍ତ ବିଭିନ୍ନ ଅନୁଷ୍ଠାନ ଦ୍ବାରା ବର୍ଷତମାମ ସଂଗ୍ରହ କରାଯାଇଛି। ହେଲେ ଗରିବ ରୋଗୀଙ୍କୁ ରକ୍ତ ମିଳୁନାହିଁ। ଉପଯୁକ୍ତ ସଂରକ୍ଷଣ ଅଭାବରୁ ସଂଗୃହୀତ ରକ୍ତ ନଷ୍ଟ ହେଉଛି। ଏସବୁ ଅବ୍ୟବସ୍ଥା ଓ ସମସ୍ୟା ଭିତରେ ରୋଗୀ ତଥା ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି।

News Comment

You Might Also Like

BACK TO TOP