Breaking
News
Breaking
News
26-Dec-2024
ସିରିଜ ମନ୍ଦିର ଚୋରି ର ଫର୍ଦ| ଫାଶ କଲା ଖଲ୍ଲିକୋଟ ପୋଲିସ,
(ନଗଦ ଟଙ୍କା, ହୁଣ୍ଡୀ ଓ ଅଳଙ୍କାର ଜବତ ଗାଡି ସହ , ସ୍ୱାମୀ ସ୍ତ୍ରୀ ଗିରଫ |
_____________________
ଓଡିଶା ଜନମତ ବ୍ୟୁରୋ,
ଖଲ୍ଲିକୋଟ :26/12 ଦୀର୍ଘ ଦିନ ହେଲା ଖଲ୍ଲିକୋଟ, ରମ୍ଭା ଗଞ୍ଜାମ ଓ ବେଗୁନିଆପଡା ଥାନା ଅଂଚଳରେ ଥିବା ବିଭିନ୍ନ ଛୋଟ ବଡ଼ ମନ୍ଦିର ମାନଙ୍କରୁ ଲଗାତାର ସିରିଜ ଚୋରି ଘଟଣା ର ଫର୍ଦଫାଶ କରିବାରେ ଖଲ୍ଲିକୋଟ ପୋଲିସ କୁ ବଡ ଧରଣ ର ସଫଳତା ମିଳିଥିବା ଜଣାପଡିଛି |ଖଲ୍ଲିକୋଟ ପୋଲିସ ବିଭିନ୍ନ ଚୋରି ଘଟଣା କୁ ଆଧାର କରି ଓ ସି ସି ଟିଭି ଯାଞ୍ଚ କରି ମନ୍ଦିର ଚୋରି ଘଟଣା ପରଦା ଉଠାଇଥିବା ଜଣାପଡିଛି | ଛତ୍ରପୁର ଏସ ଡ଼ି ପି ଓ ଗୌରହରୀ ସାହୁ ଙ୍କ ସହଯୋଗ ରେ ଖଲ୍ଲିକୋଟ ଆଇ ଆଇ ସି ରମେଶ କୁମାର ପ୍ରଧାନ 16 ନମ୍ବର ଜାତୀୟ ରାଜପଥ ରେ ଗାଡି ଯାଞ୍ଚ କରୁଥିବା ବେଳେ ଏକ ଲାଲ ରଙ୍ଗ ଟି ଭି ଏସ ଓ ଡ଼ି 07 ଏ ଭି 9269 ଗାଡି କୁ ଅଟକାଇ ଯାଞ୍ଚ କଲାବେଳେ ଉକ୍ତ ଗାଡି ରୁ ନଗଦ ଟଙ୍କା ଓ କ ଏ ନ ଏବଂ ଅନ୍ୟାନ୍ୟ ମନ୍ଦିର ଭାଙ୍ଗିବା ଯନ୍ତ୍ରାନ୍ସ ପୋଲିସ ଦେଖିବାକୁ ପାଇଥିଲା | ତେବେ ଟି ଭି ଏସ ଗାଡି ରେ ଯାଉଥିବା ରମ୍ଭା ଥାନା ପାହାଡ଼ ସାହି ର ସ୍ୱାମି ସ୍ତ୍ରୀ କୃଷ୍ଣ ଚନ୍ଦ୍ର ବେହେରା 28 ଓ ଦିପ୍ତିମୟୀ ବେହେରା 26 କୁ ଜେରା କରିବା ପରେ ଉଭୟ ଖଲ୍ଲିକୋଟ ଥାନା ପଥରା ନାରାୟଣୀ ମନ୍ଦିର ଓ ଗୁପ୍ତେଶ୍ୱର ଶିବ ମନ୍ଦିର ବଣିଆ ବନେଶ୍ୱର ମନ୍ଦିର ଓ ହୁମା ଅଲେଶ୍ୱର ମନ୍ଦିର ସମେତ ବିଭିନ୍ନ ମନ୍ଦିର ରୁ ଚୋରି କରିଥିବା ସ୍ୱୀକାର କରିଥିଲେ |ତେବେ ପୋଲିସ ଉକ୍ତ ଦମ୍ପତି ଙ୍କ ଠାରୁ ନଗଦ 28,873 ଟଙ୍କା 220 ମିଳିଗ୍ରାମ ର ସୁନା 5.80 ଗ୍ରାମ ର ରୁପା ଲକେଟ ପଥରା ମା ବୁଢ଼ୀ ଠାକୁରାଣୀ ଙ୍କ ଲୁହା ହୁଣ୍ଡୀ, ମୋବାଇଲ ଫୋନ, ଲୁହା ରଡ଼ ସହ ଡ୍ରାଇଭର ଓ ଦିପ୍ତିମୟୀ ବେହେରା ଙ୍କ ଏକ ରେଡ କଲର ଜ୍ୟାକେଟ କୁ ପୋଲିସ ଜବତ କରି ଥାନା କେସ ନମ୍ବର - 1031 /2024 ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଛତ୍ରପୁର ଏସ ଡ଼ି ପି ଓ ଗୌରହରୀ ସାହୁ ଓ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଥାନା ପରିସର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମ କୁ ସୂଚନା ଦେଇଥିବା ଜଣାପଡିଛି |
BACK TO TOP