Breaking News

ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||     

ରାୟଗଡା ଜିଲ୍ଳାର 525 ଗୋଟି ଗାଆଁ ରେ ଅନୁଷ୍ଠିତ ହେବ ଜନ ଭାଗିଦାରୀ ଆଇ ଇ ସି ଅଭିଯାନ |

19-May-2026

ରାୟଗଡ଼ ଜିଲ୍ଲାର ୫୨୫ଟି ଗାଁରେ ଅନୁଷ୍ଠିତ ହେବ"ଜନ ଭାଗିଦାରୀ-ସବ୍‌ସେ ଦୂର,ସବ୍‌ସେ ପହେଲେ" ଆଇ.ଇ.ସି ଅଭିଯାନ

ଓଡିଶା ଜନମତ,ରାୟଗଡ଼ା, ୧୯/୦୪,

କାମେଶ୍ୱର କରକରିଆ:----

ଭାରତ ସରକାରଙ୍କ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ଆୟୋଜିତ ହେଉଥିବା ବିସ୍ତୃତ ଆଇଇସି (IEC) ଅଭିଯାନ "ଜନ ଭାଗିଦାରୀ ସବ୍‌ସେ ଦୂର, ସବ୍‌ସେ ପହେଲେ" ଚଳିତ ମେ ୧୮ ତାରିଖରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ରାୟଗଡ଼ ଜିଲ୍ଲାରେ ପାଳନ କରାଯିବ। ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରେସ ବ୍ରିଫିଂରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଏହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସହ ଆଇଟିଡିଏ (ITDA)ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଏବଂ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଜିଲ୍ଲାର ଜନଜାତି ଏବଂ ପିଭିଟିଜି (PVTG) ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ହିତାଧିକାରୀ ସାନ୍ତୁପ୍ତି ଶିବିର ଆୟୋଜନ କରିବା ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ରାୟଗଡ଼ା ଜିଲ୍ଲାର ମୋଟ ୫୨୫ଟି ରାଜସ୍ୱ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି,ଯେଉଁଥିରେ DA JGUA (Dharti Aaba Janjatiya Gram Utkarsh Abhiyan) ଅଧୀନରେ ୪୨୦ଟି ଏବଂ PM JANMAN ଅଧୀନରେ ୧୦୫ଟି ଗ୍ରାମ ରହିଛି। ବିଶେଷକରି ଜିଲ୍ଲାର ଦୁର୍ଗମ ଓ ଅପହଞ୍ଚ ଜନଜାତି ଅଞ୍ଚଳରେ ରହୁଥିବା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧା ପହଞ୍ଚାଇବାକୁ ଏହି ଅଭିଯାନରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ସମସ୍ତ ବିଭାଗର ସମନ୍ୱୟ ରଖି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ଅଭିଯାନ ଅଧୀନରେ ଚିହ୍ନଟ ହୋଇଥିବା ସମସ୍ତ ଗ୍ରାମ ଗୁଡ଼ିକରେ ଗ୍ରାମ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ଥାନୀୟ ଓ ଜନଜାତି ଭାଷାରେ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଏଥିସହିତ ପ୍ରତିଦିନ କାର୍ଯ୍ୟକ୍ରମର ଫଟୋ, ଭିଡିଓ, ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଏବଂ ଶିବିର ସମ୍ବନ୍ଧୀୟ ପ୍ରଗତି ରିପୋର୍ଟ ସରକାରଙ୍କ ‘ Adi Prasaran Portal’(https://adiprasaran.tribal.gov. in/ijgu/man.aspx) ରେ ଅପଲୋଡ଼ କରାଯିବ। ସମଗ୍ର କାର୍ଯ୍ୟର ସଫଳ ଡକ୍ୟୁମେଣ୍ଟେସନ ଏବଂ ଡିଜିଟାଲ ମନିଟରିଂ ପାଇଁ ଆଇଟିଡିଏ, ଗୁଣୁପୁରର ପ୍ରକଳ୍ପ ପ୍ରଶାସକଙ୍କୁ ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ବିଡିଓମାନଙ୍କୁ ପ୍ରତିଦିନ ଜିଓ-ଟ୍ୟାଗ୍ ତଥ୍ୟ ସହ ଦୈନିକ ପ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ସପ୍ତାହବ୍ୟାପୀ ଅଭିଯାନ ଜିଲ୍ଲାର ଜନଜାତି ସମୁଦାୟଙ୍କ ମଧ୍ୟରେ ସରକାରୀ ଯୋଜନା ପ୍ରତି ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ପ୍ରେସ ବ୍ରିଫିଂରେ ଆଶା ବ୍ୟକ୍ତ କରାଯାଇଛି।

News Comment

You Might Also Like

BACK TO TOP